
ଇସ୍ଲାମାବାଦ – ଭାରତର ଜାମ୍ମୁକାଶ୍ମୀରର ପହଲଗ୍ରାମରେ ମଙ୍ଗଳବାର ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ନୁଆଦିଲ୍ଲୀର ଦଣ୍ଡାତ୍ମକ କୁଟନୀତିକ ପଦକ୍ଷେପ ଘୋଷଣାରେ ପାକିସ୍ଥାନ କ୍ରୋଧିତ ହୋଇଛି।ତାହା ଭାରତର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ନିଷ୍ପତ୍ତି ସବୁଠାରୁ ଅଧିକ କ୍ରୋଧିତ। ଏହି ସମ୍ବନ୍ଧରେ ପାକିସ୍ଥାନର ରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫଙ୍କ ସଦ୍ୟତମ ବୟାନ ଭାରତ ବିରୁଦ୍ଧରେ ବିଷ ଓଗାଳିଛି। ଏଆରୱାଇ ନ୍ୟୁଜ ଚ୍ୟାନେଲ ରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫଙ୍କ ବୟାନ ଜାରି କରିଛନ୍ତି।ବିବୃତ୍ତିରୁ ଏହା ଜଣାପଡୁଛି ଯେ ଆସିଫଙ୍କୁ ପହଲଗ୍ରାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମହଜ ଭାରତର ଏକ ମିଥ୍ୟା ଅଭିଯାନ ଥିଲା।ତାଙ୍କ ପୁର୍ବପୁରୁଷଙ୍କ ପରି ସେ ମଧ୍ୟ ବିଶ୍ୱାସ କରନ୍ତି ଯେ ଭାରତ ବେଆଇନ ଭାବରେ ଜାମ୍ମୁକାଶ୍ମୀରକୁ ଦଖଲ କରିଛି।ସେ ବିବୃତ୍ତିରେ କହିଛନ୍ତି ଯେ ପାକିସ୍ଥାନ ଭାରତର ମିଥ୍ୟା ଅଭିଯାନର ଆଡରେ ଯେ କୌଣସି ଦୁଃସାହସିକ କାର୍ଯ୍ୟର ଉଚିତ ଜବାବ ଦେବାକୁ ପାକିସ୍ଥାନ ପ୍ରତିଶ୍ରୁତି ଦେଇଛି।ପାକିସ୍ଥାନ ସର୍ବଦା ପଡୋଶୀର ଶତୃତାପୁର୍ଣ୍ଣ ସ୍ୱଭାବ ଯୋଗୁଁ ସତର୍କ ରହିଥାଏ।ଆସିଫ ଅଭିଯୋଗ କରିଛନ୍ତି ଯେ ଭାରତ ଦୀର୍ଘ ଦିନ ଧରି ସିନ୍ଧୁ ଜଳ ଚୁକ୍ତିରୁ ବାହାରି ଯିବାକୁ ଚେଷ୍ଚଟା କରୁଛି।