
ମୁମ୍ବାଇ– ଜମ୍ମୂ କଶ୍ମୀରର ପହଲଗାମରେ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୋଲିସ ସୁରକ୍ଷା ବୃଦ୍ଧି କରାଯାଇଛି । ଏହାସହିତ ଭିଡ ସ୍ଥାନରେ ପୋଲିସର ଗସ୍ତ ବୃଦ୍ଧି କରାଯାଇଛି ଏବଂ ଗାଡିଗୁଡିକର ନିରୀକ୍ଷଣ କରାଯାଉଛି ।
ପୋଲିସ ସୂତ୍ର ମୁତାବକ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ମୁମ୍ବାଇ ପୋଲିସର ଅଧିକାରୀଙ୍କ ଜରୁରୀକାଳୀନ ବୈଠକ ପରେ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଧାର୍ମିକ ସ୍ଥଳ, ଐତିହାସିକ ସ୍ଥଳର ସୁରକ୍ଷା ବୃଦ୍ଧି କରାଯାଇଛି । ଏହାସହିତ ମୁମ୍ବାଇର କୋଣ ଅନୁକୋଣରେ ପୋଲିସ ନଜର ରଖିଛି । ଭିଡ ସ୍ଥାନରେ ପୋଲିସ ସାଧା ପୋଷାକରେ ପ୍ରହରା ଦେଉଛି । ଏହାସହିତ ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସମସ୍ତ ଜୋନ ଆଲର୍ଟରେ ରହିଛନ୍ତି । ଗସ୍ତ ବୃଦ୍ଧି କରାଯାଇଛି ।