
ଭୁବନେଶ୍ୱର – କାଶ୍ମୀର ପହଲଗାମର ଆତଙ୍କବାଦୀ ଆକ୍ରମଣରେ ଆଉ ଜଣେ ଓଡିଆ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।
ସୋସିଆଲ ସାଇଟ୍ ଏକ୍ସରେ ସେ ଲେଖିଛନ୍ତି କାଶ୍ମୀର ପହଲଗାମର ଆତଙ୍କବାଦୀ ଆକ୍ରମଣରେ ଆଉ ଜଣେ ଓଡ଼ିଆ ବଲାଙ୍ଗିର ଜିଲ୍ଲାର ଦୀନେଶ ଅଗ୍ରୱାଲ ପ୍ରାଣ ହରାଇଥିବା ଖବର ଦୁଃଖଦାୟକ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟକୁ ସାମ୍ନା କରିବା ପାଇଁ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।