
ନୂଆଦିଲ୍ଲୀ– କଂଗ୍ରେସ ପହଲଗାମ ଆକ୍ରମଣକୁ ଦୃଷ୍ଟିରେ ରଖି ତାର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ଗ୍ରୁପ କଂଗ୍ରେସ କାର୍ଯ୍ୟ କମିଟିର ଗୁରୁବାର ପାର୍ଟି ମୁଖ୍ୟାଳୟରେ ବୈଠକ କରିଛି । ବୈଠକରେ ଏକ ପ୍ରସ୍ତାବ ପାରିତ କରାଯାଇଛି । ପ୍ରସ୍ତାବରେ ଆତଙ୍କବାଦୀ ଆକ୍ରମଣର ନିନ୍ଦା କରି ଶାନ୍ତିର ଅପିଲ କରିଛନ୍ତି । ପାର୍ଟି ବିଜେପି ଉପରେ ନିଶାନା ସାଧିଛନ୍ତି ଓ ଜମ୍ମୁ କଶ୍ମୀରର ଲୋକଙ୍କ ଆଜିବୀକା ଉପରେ ଆକ୍ରମଣର ପ୍ରଭାବ ଚିନ୍ତା ବ୍ୟକ୍ତ କରିଛି । କଂଗ୍ରେସ ବିଜେପି ଉପରେ ଅଭିଯୋଗ ଆଣିଛି ଯେ, ସେ ଏହି ଗୁରୁତର ଟ୍ରାଜେଡିର ରାଜନୈତିକ ଲାଭ ଉଠାଇବାକୁ ଉଦ୍ୟମ କରୁଛି ।
କଂଗ୍ରେସ ତାର ପ୍ରସ୍ତାବରେ କହିଛି ଯେ, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କଥା ଯେ, ବିଜେପି ଏହି ଗୁରୁତର ଟ୍ରାଜେଡିର ଦୂରୁପଯୋଗ ତାର ଔପଚାରିକ ଓ ପରୋକ୍ଷ ସୋସିଆଲ ମିଡିଆ ମଂଚ ମାଧ୍ୟମରେ ଏବଂ ଅଧିକ ବିମନସ୍ୟ, ଅବିଶ୍ୱାସ, ଧ୍ରୁବିକରଣ, ବିଭାଜନ ବିସ୍ତାର କରିବା ପାଇଁ କରୁଛି, ଯେତେବେଳେ କି ଏହି ସମୟ ସବୁଠୁ ଅଧିକ ଆବଶ୍ୟକତା ଏକତା ଓ ଏକଜୁଟତାର ଅଟେ ।