କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ପୈାରାଂଚଳରେ ଥିବା ଅନ୍ୟତମ ପ୍ରତିÂିତ ବିଦ୍ୟାଳୟ ଭାରତୀ ବିଦ୍ୟାମନ୍ଦିରର ୨୬ତମ ବାର୍ଷିକ ଉତ୍ସବ ଓ ମାତୃ ସମ୍ମିଳନୀ ଅନୁÂିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥିଭାବେ ବାର୍ଷିକ ଉତ୍ସବରେ ଅତିଥିଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ/ ଅଭିଭାବକ/ଅଭିଭାବିକା ମାନଙ୍କୁ ଉଦ୍ବୋଧନ ଦେଇଥିଲେ ଓ କହିଥିଲେ ଆମ ଦେଶର ପରମ୍ପରା ଓ ସଂସ୍କୃତି ବିଶ୍ୱରେ ଆଦୃତିଲାଭ କରିଥିବାବେଳେ ଏହି ସଂସ୍କୃତିର ସୁରକ୍ଷା ବିନା ଆମେ ସ୍ୱୀକୃତି ଲାଭ କରିପାରିବା ନାହିଁ । ଆମ ରାଜ୍ୟରେ ଥିବା ଏହିଭଳି ଆଦର୍ଶ ସ୍ଥାନୀୟ ଶିକ୍ଷାନୁÂାନ ଗୁଡିକ ନିଜର ଉଚ୍ଚକୋଟୀର ଶିକ୍ଷାଦାନ ପ୍ରଣାଳୀ ଓ ଶୃଙ୍ଖଳା ଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେଉଥିବାରୁ ଗୁଣାମ୍ôକ ଓ ସଂଖ୍ୟାମ୍ôକ ଦୃଷ୍ଟିରୁ ଏହାର ଫଳ ରାଜ୍ୟରେ ଆଦୃତି ଲାଭ କରିଛି । ଶିକ୍ଷାର ସାମଗ୍ରିକ ବିକାଶ ବିନା ଦେଶର ଅଗ୍ରଗତି ହୋଇପାରିବ ନାହିଁ । ଦେଶର ବିକାଶ ଘଟାଇବା ପାଇଁ ଉନ୍ନତ ଓ ଶୃଙ୍ଖଳିତ ବିଚାରବୋଧ ସଂପନ୍ନ ନାଗରିକ ମାନଙ୍କର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ କେତେକାଂଶରେ ଘରୋଇ ଶିକ୍ଷାନୁÂାନ ଗୁଡିକ ପୂରଣ କରୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ଏହି ଅନୁÂାନ ଗୁଡିକ ଆଦର ଲାଭ କରିଛି । ରାଜ୍ୟ ସରକାର ଶିକ୍ଷାର ବିକାଶ ଦିଗରେ ନୂତନ ଚିନ୍ତାଧାରା ପ୍ରୟୋଗ କରୁଛନ୍ତି । ପ୍ରତି ମାସର ଚତୁର୍ଥ ଶନିବାର ଶିକ୍ଷକ ଓ ଅଭିଭାବକ ମାନଙ୍କ ବୈଠକ କରାଯାଇ ଅଧ୍ୟୟନଜନୀତ ଅଗ୍ରଗତି ବିଷୟରେ ସମୀକ୍ଷା କରିବା ପାଇଁ ବ୍ୟବସ୍ଥା କରାଯାଉଛି । ପରିଚାଳନା ପରିଷଦର ସଭାପତି ପ୍ରଫେସର ମୋହନ ଚରଣ ଜେନାଙ୍କ ଅଧ୍ୟକ୍ଷାରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ବିରୁପା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ସାମଲ ମୁଖ୍ୟବକ୍ତାଭାବେ ଯୋଗ ଦେଇଥିଲେ । ଅନୁÂାନର ସଂପାଦକ ଆଇନ୍ଜିବୀ ରଂଜନ କୁମାର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ମୁରଲୀଧର ଦାସ, ପ୍ରଧାନ ଆଚାର୍ଯ୍ୟା ବିଜୟିନୀ ଦାସ, ସଦସ୍ୟା ମଧୁସ୍ମିତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶିକ୍ଷକ ରମାକାନ୍ତ ତ୍ରିପାଠୀ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
November 27, 2024
November 27, 2024