
ବଲାଙ୍ଗିର: ବଲାଙ୍ଗିର ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ ଅସୀମ କରାଟେ ଏକାଡେମୀରେ ବିଶ୍ୱ ପୃଥିବୀ ଦିବସ ପାଳିତ ହୋଇଯାଇଛି । ଜାତୀୟ କରାଟେ କୋଚ ତଥା ଜିଲ୍ଲା କରାଟେ ଅର୍ଗାନାଇଜେସନର ସାଧାରଣ ସଂପାଦକ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଫରେଷ୍ଟ ରେଞ୍ଜ ଅଫିସର ନବୀନ ପଣ୍ଡା ଓ ସମ୍ମାନୀୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଯୋଗଦାନ ଦେଇଥିଲେ । ଏହି ଅନୁଷ୍ଠାନ କେବଳ କରାଟେ, ଟାଇକଣ୍ଡୋ, ଆତ୍ମରକ୍ଷା କୌଶଳ ଓ ଶିକ୍ଷଣରେ ସୀମିତ ନ ରହି ପରିବେଶ ପାଇଁ କାମ କରୁଥିବାରୁ ମୁଖ୍ୟ ଅତିଥି ଏହି ଅନୁଷ୍ଠାନକୁ ପ୍ରଶଂସା କରିଛନ୍ତି । ପୃଥିବୀର ତାପମାତ୍ରା କମାଇବା ପାଇଁ ଆଜି ଦିନରେ ସମସ୍ତେ ନିଜ ଘରେ ଅନ୍ତତଃ ଗୋଟିଏ ଲେଖାଏଁ ଗଛ ଲଗାଇବା ଉଚିତ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଛନ୍ତି । ଏ ଅବସରରେ ଅତିଥିଗଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ବୃକ୍ଷ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅର୍ଚ୍ଚନା ବିଶି ପରିଚାଳନା କରୁଥିବା ବେଳେ ଅନାୟା ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।