
ପାଟଣା- ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଆଲର୍ଟରେ ବିହାର ପୋଲିସ । ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ବିହାରର ପର୍ଯ୍ୟଟନସ୍ଥଳରେ ସୁରକ୍ଷା ବୃଦ୍ଧି କରାଯାଇଛି । ପହଳଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ବିହାର ପୋଲିସ ତୁରନ୍ତ ବୈଠକ କରି ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି ଯାହାକୁ ଏବେ ଅନୁସରଣ କରାଯାଉଛି ।
ବିହାରର ବନରୁ ନେଇ ନାଳନ୍ଦା, ରାଜଗିରି, ପାୱାପୁରୀ ସମେତ ଜିଲ୍ଲାର ଅନ୍ୟ ପର୍ଯ୍ୟଟନସ୍ଥଳୀ ଉପରେ କଡା ନଜର ରଖିବା ପାଇଁଉଚ୍ଚସ୍ତରୀୟ ଟିମ୍ ଗଠନ କରାଯାଇଛି ।
ରାଜଗିରି ଡିଏସପି ସୁନୀଲ କୁମାର ସିଂହ କହିଛନ୍ତି ଯେ, ରାଜଗିରି, ନାଳନ୍ଦା, ପାୱାପୁରୀ ସମେତ ଜିଲ୍ଲାର କୌଣସି ବି ପର୍ଯ୍ୟଟନସ୍ଥଳରେ ଆତଙ୍କବାଦୀ ଆକ୍ରମଣର କୌଣସି ଇତିହାସ ନାହିଁ । ଏହାପରେ ବି ଏହାକୁ ହାଲୁକା ଭାବେ ନିଆଯାଉନାହିଁ । ସମସ୍ତ ସ୍ଥାନରେ ସୁରକ୍ଷା ବୃଦ୍ଧି କରାଯାଇଛି ।