
ବାରମୂଳା– ଜମ୍ମୁ କଶ୍ମୀରର ବାରମୂଳା ଜିଲ୍ଲାର ଉରି ନାଳା ଅଂଚଳରେ ସୁରକ୍ଷାବଳ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି । ଏହି ସୟରେ ହୋଇଥିବା ଗୁଳି ବିନିମୟରେ ସୁରକ୍ଷାବଳ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ।
ଏକ୍ସ ମାଧ୍ୟମରେ ସେନାର ଚିନାର କୋର କହିଛନ୍ତି ଯେ, ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ସମୟରେ ଚାଲୁଥିବା ଅପରେସନରେ ସୁରକ୍ଷାବଳ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି । ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳା ବାରୁଦ ଓ ଅନ୍ୟ ଯୁଦ୍ଧ ସାମଗ୍ରୀ ଜବତ କରାଯାଇଛି । ଏବେ ବି ଅପରେସନ ଜାରି ରହିଛି ।