
ମୁମ୍ବାଇ– ମଙ୍ଗଳବାର ଜମ୍ମୁ କଶ୍ମୀରର ପହଲଗାମରେ ଡୋଂବିଭଲି ସହରର ନଭାପାଡା, ପାଂଡୁରଙ୍ଗୱାଡି ଓ ନନ୍ଦିଭଲି ଅଚଳର ତିନିଜଣ ଲୋକ ହେମନ୍ତ ଜୋଶୀ, ସଂଜୟ ଲେଲେ ଓ ଅତୁଲ ମୋନେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଠାଣେ ଜିଲ୍ଲା ସୂଚନା ପ୍ରସାରଣ ବିଭାଗ ଆଜି କହିଛି ଯେ, ଜିଲ୍ଲା ପ୍ରଶାସନ ମୃତକଙ୍କ ପରିବାରକୁ ସବୁ ପ୍ରକାର ସହାୟତା ଉପଲବ୍ଧ କରିବା ପାଇଁ ତତ୍ପର ଅଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ମୁଖ୍ୟ ସଚିବ ସୁଜାତା ସୈନିକ, ବିଭାଗୀୟ କମିଶନ ଡ. ବିଜୟ ସୂର୍ଯ୍ୟବଂଶୀ ଓ ଜିଲ୍ଲାପାଳ ସ୍ଥିତି ଉପରେ ନଜର ରଖିଛନ୍ତି ।