
ନୂଆଦିଲ୍ଲୀ-ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଭୟାବହ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଗୁରୁବାର ପୂର୍ବାହ୍ନ 11 ଟା ବେଳେ ପାର୍ଟି ମୁଖ୍ୟାଳୟରେ କଂଗ୍ରେସ କାର୍ଯ୍ୟ କମିଟିର ଜରୁରୀ ବୈଠକ ଡକାଯାଇଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ସୂଚନା ଦେଇଛନ୍ତି ।
ଖଡଗେ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, କଂଗ୍ରେସ କାର୍ଯ୍ୟ କମିଟିର ଏହି ଜରୁରୀ ବୈଠକ ଏପ୍ରିଲ 24 ପୂର୍ବାହ୍ନ 11ଟା ବେଳେ ପାର୍ଟି ମୁଖ୍ୟାଳୟରେ ହେବ । ସେ କହିଛନ୍ତି ଯେ, ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ହତ୍ୟା ଯୋଗୁ ଆମକୁ ଗଭୀର ଦୁଃଖ ହୋଇଛି । କଂଗ୍ରେସ ଏହାକୁ କଡା ଶବ୍ଦରେ ନିନ୍ଦା କରୁଛି । ଏହି ଆକ୍ରମଣ ଆମ ଦେଶର ଏକତା ଓ ଅଖଣ୍ଡତା ଉପରେ ଭୀରୁତା ଆକ୍ରମଣ ଅଟେ ।