
ନୂଆଦିଳ୍ଲୀ– ପହଲଗାମ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଂଜଳି ଦେବା ପାଇଁ ସୁପ୍ରିମକୋର୍ଟରେ ବୁଧବାର ଦୁଇ ମିନିଟ୍ ମୌନ ରଖାଯାଇଥିଲା । ଠିକ୍ 2ଟା ବେଳେ ସୁପ୍ରିମକୋର୍ଟରେ ସାଇରନ୍ ବାଜିଥିଲା ଏବଂ ଏହାପରେ ସୁପ୍ରିମକୋର୍ଟର ଲନ୍ରେ ଓକିଲମାନେ ମୌନ ରହି ଶ୍ରଦ୍ଧାଂଜଳି ଦେଇଥିଲେ । ପ୍ରଧାନ ବିଚାରପତି କୋର୍ଟ ରୁମ ନମ୍ବର 1ରେ ଓ କୋର୍ଟ ରୁମରେ ଥିବା ଓକିଲମାନେ ଠିଆ ହୋଇ ମୌନ ଶ୍ରଦ୍ଧାଂଜଳି ଦେଇଥିଲେ ।