
ପହଲଗାମ– ଗୃହ ମନ୍ତ୍ରୀ ଅମିତ ଶାହ ବୁଧବାର ପହଲଗାମର ବୈସରନ ମୈଦାନ ଗସ୍ତ କରିଛନ୍ତି, ଯେଉଁଠାରେ ମଙ୍ଗଳବାର ଆତଙ୍କବାଦୀମାନେ ଆକ୍ରମଣ କରି 27 ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ଜୀବନ ନେଇଛନ୍ତି । ଏହି ଆକ୍ରମଣ ପୂରା ଦେଶକୁ ଦୋହଲାଇ ଦେଇଛି ।
କେନ୍ଦ୍ର ଗୃହମନ୍ତ୍ରୀ ହେଲିକପ୍ଟର ଯୋଗେ ଆତଙ୍କବାଦୀ ଆକ୍ରମଣ ସ୍ଥାନରେ ପହଂଚିଛନ୍ତି । ପହଳଗାମରେ ଘାସ ମୈଦାନରେ ସେନାର ଯବାନ ପହଂଚିବା ପରେ ଅଂଚଳରେ ସୁରକ୍ଷା ବୃଦ୍ଧି କରାଯାଇଥିଲା । ଏହାପୂର୍ବରୁ ଅମିତ ଶାହ ଶ୍ରୀନଗରରେ ପୋଲିସ ନିୟନ୍ତ୍ରଣ କକ୍ଷ ବାହାରେ ଏକ ମାର୍ମିକ ସମାରୋହରେ ପୁଷ୍ପାଂଜଳି ଅର୍ପଣ କରି ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।