
ଭୁବନେଶ୍ୱର– ରାଜ୍ୟ କ୍ୟାବିନେଟର ଏକ ବୈଠକ ବୁଧବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୋଟ ୫ ଟି ବିଭାଗର ୬ ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବ ଗୁଡ଼ିକ ଆଲୋଚନା ପରେ ଅନୁମୋଦନ କରାଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
କ୍ୟାବିନେଟ ନିଷ୍ପତି ଅନୁଯାୟୀ ଓଡ଼ିଶା ଅବକାରୀ ନିୟମ, ୨୦୧୭ର ନିୟମ ୭୯ରେ ସଂଶୋଧନ ସମ୍ବନ୍ଧୀୟ ଯେଉଁଥିରେ “ଡିଷ୍ଟିଲାରୀ ଏବଂ ଅନ୍ୟାନ୍ୟ ଉତ୍ପାଦନ ୟୁନିଟ୍ (ବଟଲିଂ/ବ୍ରିବେରୀ ୟୁନିଟ୍)ରେ କାର୍ଯ୍ୟ କରିବାର ନିୟନ୍ତ୍ରଣ” ବିଷୟରେ ଉଲ୍ଲେଖ ରହିଛି ।ଓଡ଼ିଶା ଅବକାରୀ ଅଧିନିୟମ, ୨୦୦୮ର ଧାରା ୯୦(ଓଡ଼ିଶା ଅବକାରୀ ଆଇନ ୨୦୧୩) ଅଧୀନରେ ପ୍ରଦତ କ୍ଷମତାର ଉପଯୋଗ କରି ରାଜ୍ୟ ସରକାର ଓଡ଼ିଶା ଅବକାରୀ ନିୟମ, ୨୦୧୭ର ନିୟମ ୭୯ରେ ଥିବା ଏକ୍ସଟ୍ରା ଆୱାର ଅପରେସନ ଫିକୁ ଡିଷ୍ଟିଲାରୀ, ବଟଲିଂ ୟୁନିଟ୍ ଓ ବ୍ରେି୍ୱରୀ ୟୁନିଟ୍ ଗୁଡିକ ନିମନ୍ତେ ଛାଡ କରିବାର ନିଷ୍ପତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତି ବ୍ୟବସାୟକୁ ସୁଗମ କରିବାରେ ସହାୟକ ହେବ ଯାହା ଦ୍ୱାରା ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ସମନ୍ୱିତ ରୋଗୀ ପରିବହନ ଏବଂ ସ୍ୱାସ୍ଥ୍ୟ ସହାୟତା ସେବା ଅନ୍ତର୍ଗତ ଜରୁରୀକାଳିନ ମେଡିକାଲ ଆମ୍ବୁଲାନ୍ସ ସେବା ଯୋଜନା (୨୦୨୩-୨୪ ରୁ ୨୦୨୦୭-୨୮) ଓଡିଶାରେ ଜରୁରୀକାଳିନ ମେଡିକାଲ ଆମ୍ବୁଲାନ୍ସ ସେବା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମିଳିତ ପଦକ୍ଷେପ (“ଜାତୀୟ ଆମ୍ବୁଲାନ୍ସ ସେବା” ଅଧୀନରେ) ୦୫,୦୩.୨୦୧୩ ଠାରୁ ଆରମ୍ଭ ହୋଇଛି । ୧୦୮ ଜରୁରୀକାଳିନ ମେଡିକାଲ ଆମ୍ବୁଲାନ୍ସ ସେବା ଓଡିଶାବାସୀଙ୍କ ପାଇଁ ଏକ ଲାଇଫ୍ ଲାଇନ୍ ହୋଇଛି। ଏହି ଯୋଜନା ରାଜ୍ୟର ୪.୫ କୋଟି ନାଗରିକଙ୍କ ଜରୁରୀକାଳିନ ସ୍ୱାସ୍ଥ୍ୟସେବା ସେବାରେ ଉନ୍ନତି ଆଣିବା ନିମନ୍ତେ ଉଦ୍ଦିଷ୍ଟ । ରାଜ୍ୟର ସମସ୍ତ ବର୍ଗର ଲୋକଙ୍କର ଜରୁରୀକାଳିନ ସ୍ୱାସ୍ଥ୍ୟ ସେବାଜନିତ ଆମ୍ବୁଲାନ୍ସର ଆବଶ୍ୟକତାକୁ ପୂରଣ କରିବା ପାଇଁ ବର୍ତମାନ ରାଜ୍ୟରେ ମୋଟ ୮୬୬ ଗୋଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ଅଛି ଏବଂ ସେଥ୍ ମଧ୍ୟରୁ ୪୧୧ ଗୋଟି ଏ.ଏଲ.ଏସ, ୪୪୯ ଗୋଟି ବି.ଏଲ.ଏସ ଓ ୬ ଗୋଟି ବୋଟ ଆମ୍ବୁଲାନ୍ସ ଅଟେ । ଏହି ଯୋଜନା ଅଧୀନରେ ଓଡିଶାବାସୀଙ୍କ ପାଇଁ ମାଗଣାରେ ଆମ୍ବୁଲାନ୍ସ ଗାଡି ଯୋଗାଇ ରୋଗୀକୁ ଡାକ୍ତରଖାନା ନେବା ସହ ଜରୁରୀକାଳିନ ସ୍ୱାସ୍ଥ୍ୟ ଚିକିତ୍ସା ସେବାର ବ୍ୟବସ୍ଥା କରାଯାଇଅଛି । ଏହି ସେବା ଏକ ୧୫୦ ଆସନ ବିଶିଷ୍ଟ ୨୪ଘଂଟିଆ ଏକକ କେନ୍ଦ୍ରୀୟ ସମନ୍ୱିତ କଲ୍ ସେଂଟର ଦ୍ୱାରା ପରିଚାଳିତ ଏବଂ ତଦାରଖ କରାଯାଉଛି ।
ଏହି ଯୋଜନା (ଦ୍ୱିତୀୟ ପର୍ଯ୍ୟାୟ) ୨୦୨୩-୨୪ ରୁ ୨୦୨୭-୨୮ ପର୍ଯ୍ୟନ୍ତ ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେଉଛି। ଆନୁମାନିକ ବାର୍ଷିକ ୧୧-୧୨ ଲକ୍ଷ ଜରୁରୀକାଳିନ ରୋଗୀ / ମାମଲା (ଗର୍ଭବତୀ ମହିଳା ଏବଂ ଶିଶୁ ସମେତ) ୨୦ ମିନିଟର ନିର୍ଦ୍ଧାରିତ ସମୟ ମଧ୍ୟରେ ଆମ୍ବୁଲାନ୍ସ ଦ୍ୱାରା ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ ହେବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଆମ୍ବୁଲାନ୍ସ ସେବା ଏକ ସଂସ୍ଥା (ଘରୋଇ ସଂସ୍ଥା) ଦ୍ୱାରା ପରିଚାଳିତ ହୋଇଥାଏ, ଯାହା ଓଡ଼ିଶା ସରକାରଙ୍କ ଦ୍ୱାରା ଏକ ଖୋଲା ପ୍ରତିଯୋଗିତାମୂଳକ ପ୍ରକ୍ରିୟା ମାଧ୍ୟମରେ ୫ ବର୍ଷ ପାଇଁ ଚୟନ କରାଯାଇଥାଏ ।
ଏହି ଯୋଜନାର କାର୍ଯ୍ୟକାରିତା ଦିଗରେ ୫ ବର୍ଷ (୨୦୨୩-୨୪ ରୁ ୨୦୨୭-୨୮) ସମୟ ପାଇଁ ଟ. ୨୩୯୮୪୫.୨୬ ଲକ୍ଷ ବ୍ୟୟ ବରାଦ କରାଯାଇଛି ଏବଂ ଏହି ଯୋଜନାକୁ ରାଜ୍ୟ କ୍ୟାବିନେଟ ଆଜିର ବୈଠକରେ ଅନୁମୋଦନ କରିଛନ୍ତି ।
ବିଭିନ୍ନ ସରକାରୀ ଯୋଜନାମାନଙ୍କର ନିରୀକ୍ଷଣ ଏବଂ ପରିଚାଳନାକୁ ସୁଦୃଢ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା, ଉଭୟ ‘ଓଡିଶା ମଙ୍ଗଳ ସେବା’ ଏବଂ ‘ଓଡିଶା ଅଧସ୍ତନ ମଙ୍ଗଳ ସେବା’ ର ପୁନର୍ଗଠନ କରାଯାଇ ବିଭିନ୍ନ ପାହ୍ୟାରେ ୨୪ ଟି ନୂତନ ପଦବୀ ସୃଷ୍ଟି କରାଯିବାପାଇଁ ନିଷ୍ପତି ନିଆଯାଇଛି । ଏହି ପୁନର୍ଗଠନରେ, ‘ଅତିରିକ୍ତ ଜିଲ୍ଲା’ଯୁଗ୍ମ ନିର୍ଦ୍ଦେଶକ’ ପାହ୍ୟାରେ ୮ଟି ଏବଂ ମଙ୍ଗଳ ଅଧିକାରୀ’ ପାହ୍ୟାରେ ୨ଟି, ‘ଉପ ନିର୍ଦ୍ଦେଶକ’ ପାହ୍ୟାରେ ୧୧ଟି,’ଅତିରିକ୍ତ ନିର୍ଦ୍ଦେଶକ’ ପାହ୍ୟାରେ ୩ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯାଉଛି।
ଓଡିଶା ଶିଶୁ ଓ ମହିଳା କଲ୍ୟାଣ ସେବା (ସଂଶୋଧନ) ନିୟମ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଆଜି ଏହାର ବୈଠକରେ ଅନୁମୋଦନ କରିଛନ୍ତି। ଓଡିଶା ଶିଶୁ ଓ ମହିଳା କଲ୍ୟାଣ ସେବା ନିୟମ, ୧୯୮୯ ଅନୁସାରେ କନିଷ୍ଠ ବର୍ଗ ସେବା (ପରିଦର୍ଶିକା) ପଦବୀରେ ଚୟନଭିଭିକ ନିଯୁକ୍ତି ନିମନ୍ତେ ଜଣେ ଅଙ୍ଗନୱାଡି କର୍ମୀ ନିଶ୍ଚିତ ରୂପେ ମାଧ୍ୟମିକ ଶିକ୍ଷା ପରିଷଦଙ୍କ ଦ୍ୱାରା ପରିଚାଳିତ ମାଧମିକ ଶିକ୍ଷା ପରୀକ୍ଷା (ଏଚ ଏସ୍ ସି) ଅଥବା ଆବଶ୍ୟକ
ବୋର୍ଡ, ଓଡିଶା ଅଥବା ତତୁଲ୍ୟ ବୋର୍ଡ / ତତୁଲ୍ୟ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଆବଶ୍ୟକ।
ବର୍ତମାନ ପ୍ରଚଳିତ ନିୟମର ସଂଶୋଧନ ଦ୍ୱାରା କନିଷ୍ଠ ବର୍ଗ ସେବା (ପରିଦର୍ଶିକା) ପଦବୀରେ ଚୟନଭିଭିକ ନିଯୁକ୍ତି ପ୍ରଦାନ ନିମନ୍ତେ ଜଣେ ଅଙ୍ଗନୱାଡି କର୍ମୀ ନିଶ୍ଚିତ ରୂପେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କିମ୍ୱା ସମାନ ଯୋଗ୍ୟତା ପରୀକ୍ଷାରେଉତୀର୍ଣ୍ଣ ହୋଇଥିବା ଆବଶ୍ୟକ। ସଂଶୋଧନ ନିୟମ
ପୂର୍ବ ନିର୍ଦ୍ଧାରିତ ଯୋଗ୍ୟତା ଅନୁଯାୟୀ କାର୍ଯ୍ୟ କରିଆସୁଥି ବା ଅଙ୍ଗନୱାଡି କର୍ମୀଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ । ଏହି ପଦକ୍ଷେପ ସେବା ବିତରଣ ମାନ ବୃଦ୍ଧି କରିବା, ଶିଶୁ ଓ ମହିଳାଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଯୋଜନା ଗୁଡିକର ସୁପରିଚାଳନା କରିବା ତଥା ବିଭାଗର ଦକ୍ଷତାକୁ ଦୃଢ କରିବା ନିମନ୍ତେ ସହାୟକ ହୋଇପାରିବ।
“ଭୂତଳ ପାଇପ୍ ଲାଇନ ଜଳବଂଟନ ବ୍ୟବସ୍ଥା (ମାଧ୍ୟାକର୍ଷଣ ପ୍ରବାହ) ଦ୍ୱାରା (କ) ବୈତରଣୀ ବାମ ପାର୍ଶ୍ୱ କେନାଲର ୦.୦୦ କି.ମି. ଠାରୁ ୨୮.୫୦ କି.ମି. ମଧ୍ୟରେ ୨୨୨୧ ହେକ୍ଟର ଏବଂ (ଖ) ବୈତରଣୀ ଦକ୍ଷିଣ ପାର୍ଶ୍ୱ କେନାଲର ୦.୦୦ କି.ମି. ଠାରୁ ୯.୦୦ କି.ମି. ମଧ୍ୟରେ ୧୨୨୯ ହେକ୍ଟର ଚାଷଜମିରେ ଜଳ ଆବଣ୍ଟନ ଓ ସେଚାଞ୍ଚଳ ଭନ୍ନୟନ କାର୍ଯ୍ୟକ୍ରମ ଇପିସି ଏବଂ ଟର୍ନକି ବ୍ୟବସ୍ଥା ମାଧ୍ୟମରେ ସମ୍ପାଦନ ପୂର୍ବକ ପ୍ରବର୍ତିତ ପ୍ରଣାଳୀର ପରିଚାଳନା ଓ ରକ୍ଷଣାବେକ୍ଷଣ”
ସମନ୍ୱିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ମାଧ୍ୟମରେ କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ୬୦୦୦୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବା ନିମନ୍ତେ ଯୋଜନା କରାଯାଇଥିଲା। ଉପରୋକ୍ତ କାର୍ଯ୍ୟଟି ଏହି ପ୍ରକଳ୍ପର ଏକ ଅଂଶ ଯାହା କେନ୍ଦୁଝର ଜିଲ୍ଲାରେ ବୈତରଣୀ ବାମ ପାର୍ଶ୍ୱ କେନାଲର ୦,୦୦ କି.ମି. ଠାରୁ ୨୮.୫୦ କି.ମି. ମଧ୍ୟରେ ୨୨୨୧ ହେକ୍ଟର ଏବଂ ବୈତରଣୀ ଦକ୍ଷିଣ ପାର୍ଶ୍ୱ କେନାଲର ୦.୦୦ କି.ମି. ଠାରୁ ୯.୦୦ କି.ମି. ମଧ୍ୟରେ ୧୨୨୯ ହେକ୍ଟର ଚାଷଜମିରେ ଭୂତଳ ପାଇପ ଲାଇନ ଜଳବଂଟନ ବ୍ୟବସ୍ଥା ଓ ସେଚାଂଚଳ ଉନ୍ନୟନ କାର୍ଯ୍ୟ ଦ୍ୱାରା ସମୁଦାୟ ୩୪୫୦ ହେକ୍ଟର ଜଳସେଚନ ସୁବିଧା ଯୋଗାଇ ଦେବ ।
ଆଜି ରାଜ୍ୟ କ୍ୟାବିନେଟ ଉକ୍ତ କାର୍ଯ୍ୟ ନିମନ୍ତେ ୧୦୮,୦୦,୦୦,୦୦୦,୦୧ (ଏକ ଶହ ଆଠ କୋଟି ଟଙ୍କା ଏବଂ ଏକ ପଇସା) (ଜିଏସଟି ବ୍ୟତୀତ) ଟେଣ୍ଡର କୁ ଅନୁମୋଦନ ପ୍ରଦାନ କରିଛନ୍ତି । ପ୍ରକଳ୍ପଟି ଅଠର (୧୮) ମାସ ମଧ୍ୟରେ ସମ୍ପୂର୍ଣ କରାଯିବାର ଲକ୍ଷ୍ୟ ରଖା ଯାଇଛି। ଏହି କାର୍ଯ୍ୟଟି ସମ୍ପୁର୍ଣ୍ଣ ହେବା ଦ୍ୱାରା କେନ୍ଦୁଝରଦପୁର, ହାଟଡ଼ିହି ଘଷିପୁରା ବ୍ଲକର ଚାଷୀମାନେ ଉପକୃତ ହେବେ ଏବଂ ଏହା ସ୍ଥାନୀୟ ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତିରେ ସହାୟକ ହେବ।