
ଭୁବନେଶ୍ୱର, କେନ୍ଦୁଝର ସାଂସଦ ଅନନ୍ତ ନାୟକ ବୁଧବାର ଦିନ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଠାରେ ଏକଲ ଗ୍ରାମୋତ୍ଥାନ ଫାଉଣ୍ଡେସନ (ଏକଲ ବିଦ୍ୟାଳୟ ଅଭିଯାନ) ଦ୍ବାରା ଆୟୋଜିତ ମହିଳା ସଶକ୍ତି କରଣ ଓ ସିଲାଇ ପ୍ରଶିକ୍ଷଣ କେନ୍ଦ୍ର ର ଉଦଘାଟନ କରିଛନ୍ତି । ଏହି ଶୁଭ ଉଦଘାଟନ ସମାରୋହ ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ସଂଘ ଚାଳକ ଭାଗିରଥି ପୃଷ୍ଟି ଏବଂ ତେଲକୋଇ ବିଧାୟକ ଫକୀର ମୋହନ ନାଏକ ଏବଂ କେନ୍ଦୁଝର ଜିଲ୍ଲା ଏକଲ ଅଭିଯାନ ପ୍ରମୁଖ ପଦ୍ମିନୀ ମହାନ୍ତ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଅବସରରେ ଶ୍ର ନାୟକ ଏକଲ ବିଦ୍ୟାଳୟ ଅଭିଯାନ ଓ ଏକଲ ଗ୍ରାମୋତ୍ଥାନ ଫାଉଂଡେସନର ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ ଓ କହିଥିଲେ ଯେ ଏଭଳି ପ୍ରୟାସ ଦ୍ୱାରା ମହିଳା ମାନଙ୍କର ସଶକ୍ତିକରଣ କରାଯାଇ ପାରିବ ।