
ଗଂଜାମ– ଆଜି ସକାଳୁ ଖବର ପାଇ ପାଟପୁର ଓ ଶେରଗଡ ଥାନା ପୁଲିସ ରାମଚନ୍ଦ୍ରପୁର କାଳିଆଘାଇ କେନାଲ ନିକଟରୁ ଏକ ଯୁବକର ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜବତ କରିଛନ୍ତି । ଗତକାଲି ରାତିରେ ବ୍ରହ୍ମପୁରରୁ ସେ ଘରକୁ ଫେରିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ନିକଟରେ ତାଙ୍କ ମୋଟରସାଇକଲ ରହିଛି। ମୃତକ ଯୁବକ ଜଣକ ହେଲେ ସାମନ୍ତରାୟପୁର ଗ୍ରାମର ହୀନପାତ୍ର। ପୁଲିସ୍ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।