
ନୂଆଦିଲ୍ଲୀ– ନିର୍ବାଚନ କମିଶନର କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ନିକଟରେ ଦେଇଥିବା ବୟାନକୁ କଡା ଜବାବ୍ ଦେଇଛନ୍ତି, ଯେଉଁଥିରେ ସେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ କମିଶନ ଉପରେ ବୁଝାମଣାବାଦି ଓ ବ୍ୟବସ୍ଥାରେ କିଛି ଅନିୟମିତତା ଅଭିଯୋଗ କରିଥିଲେ । ରାହୁଲ ଗାନ୍ଧି ଆମେରିକାରେ ଏକ କାର୍ଯ୍ୟକ୍ରମ ସମୟରେ ଦାବି କରିଥିଲେ ଯେ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଯେତିକି ଭୋଟର ଭୋଟ ଦେବାକୁ ଆସିଥିଲେ, ରାଜ୍ୟରେ ସେତିକି ବୟସ୍କ ବି ନାହାନ୍ତି ।
ନିର୍ବାଚନ କମିଶନରଙ୍କ ସୂତ୍ର ମଙ୍ଗଳବାର ଏହି ସନ୍ଦର୍ଭରେ ସ୍ପଷ୍ଟ କରିଛନ୍ତି ଯେ, ସମସ୍ତ ଭାରତୀୟ ନିର୍ବାଚନ ଆଇନ ଅନୁସାରେ ଆୟୋଜିତ କରାଯାଇଥାଏ ଏବଂ ସେମାନଙ୍କ ପ୍ରକ୍ରିୟାରେ ପୂର୍ଣ୍ଣ ପାରଦର୍ଶିତା ହୋଇଥାଏ । ଭାରତରେ ଯେଭଳି ସଠିକତାର ସହ ନିର୍ବାଚନ ହୋଇଥାଏ, ତାର ବିଶ୍ୱରେ ବ୍ୟାପକ ପ୍ରଶଂସା କରାଯାଇଥାଏ । କମିଶନ କହିଛନ୍ତି ଯେ, କୌଣସି ପ୍ରକାର ଭୁଲ ସୂଚନା କେବଳ ଆଇନ ପ୍ରତି ଅନାଦାରର ସଙ୍କେତ ନୁହେଁ ବରଂ ଏହା ଲକ୍ଷ ଲକ୍ଷ ନିର୍ବାଚନ କର୍ମଚାରୀଙ୍କ ମନୋବଳକୁ ଭାଙ୍ଗିଥାଏ ।
କମିଶନ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି ଯେ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ 6,40,87,588 ଭୋଟର ମତଦାନ କରିଥିଲା, ଯାହାକି ହାରାହାରି ଘଂଟା ପ୍ରତି 58 ଲକ୍ଷ ଭୋଟ ଥିଲା । କମିଶନ କହିଛନ୍ତି ଯେ, ଶେଷ 2 ଘଂଟାରେ 65 ଲକ୍ଷ ଭୋଟ ଦେବା ହାରାହାରି ପ୍ରବୃତି ଠାରୁ ବହୁତ କମ୍ ଅଟେ ଏବଂ ଏହା ସାବ୍ୟସ୍ତ କରୁଛି ଯେ, ନିର୍ବାଚନ ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିଲା ।