
ଭୁବନେଶ୍ୱର– ଆସନ୍ତା ଦୁଇ ଦିନ ମଧ୍ୟରେ ସ୍କୁଲ ବନ୍ଦ ନେଇ ନିଷ୍ପତି ଆସିପାରେ। ପ୍ରଥମ ପର୍ଯ୍ୟାୟରେ ମେ ୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦିନେ ଦୁଇ ଦିନ ମଧ୍ୟରେ ନିଷ୍ପତି ନିଆଯିବ ବୋଲି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ମନ୍ତ୍ରୀ ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି। ଖରା ବଢିଲେ ଆବଶ୍ୟକ ସ୍ଥଳେ ଅଙ୍ଗନୱାଡ଼ି ଛୁଟି ହେବ ବୋଲି ମନ୍ତ୍ରୀ କହିଛନ୍ତି।