
ଭୁବନେଶ୍ୱର– ଏପ୍ରିଲ ୨୪ ତାରିଖରେ ନୂଆ ରାସନ କାର୍ଡ ବଂଟନ କରିବେ ସରକାର। ପଂଚାୟତିରାଜ ଦିବସ ଅବସରରେ ପୁରୀରେ ନୂଆ ରାସନ କାର୍ଡ ବାଂଟିବେ ମୁଖ୍ୟମନ୍ତ୍ରୀ। ପର୍ଯ୍ୟାୟକ୍ରମେ ୫ ଲକ୍ଷ ୯୦ ହଜାର ନୂଆ କାର୍ଡ ବଂଟନ କରାଯିବ।ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଆଜି ସୁଦ୍ଧା ନୂଆ କାର୍ଡ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଏବେ ବି ୨୫ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ସେମାନଙ୍କୁ ଯାଂଚ କରିବା ପାଇଁ ଅଫିସର ମାନଙ୍କୁ ଫିଲ୍ଡ ଭିଜିଟ କରି ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ଆସିବା ପରେ କେଉଁ ହିତାଧିକାରୀ ଅଛନ୍ତି, କିଏ ନାହାନ୍ତି, କଟାଯିବ।