
ସିଲିଗୁଡି– ନବମ ଅନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାର ସିଲିଗୁଡି ମହକୁମାର ଫାସିଦେବୀର ବିଧାନନଗର ସ୍ଥିତ ସନ୍ତୋଷିନୀ ହାଇସ୍କୁଲ ମୈଦାନରେ ଏପ୍ରିଲ 24 ଓ 25ରେ ହେବ । ପଶ୍ଚିମବଙ୍ଗରେ ପ୍ରଥମ ଥର ସାନ୍ତାଳ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାର ଶୁଭାରମ୍ଭ କରିବେ । ଏହି ସମ୍ମିଳନୀକୁ ପଶ୍ଚିମବଙ୍ଗ ଓ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କୁ ବି ନିମନ୍ତ୍ରଣ କରାଯାଇଛି ।
ସମ୍ମିଳନୀକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମ୍ମିଳନୀରେ ଦେଶ-ବିଦେଶରୁ ଏକ ହଜାର ପ୍ରତିନିଧି ଯୋଗ ଦେବେ । ସମ୍ମିଳନୀରେ ଭାଷା, ସାହିତ୍ୟ, ଲିପି, ସଂସ୍କୃତି, ରୀତିନୀତି ସହିତ ବିଭିନ୍ନ ମାମଲା ଉପରେ ବିଚାର ମନ୍ଥନ କରାଯିବ ।