କେନ୍ଦ୍ରାପଡ଼ା – ସୂଚନା ଅଧିକାର କର୍ମୀ ରଂଜନ କୁମାର ଦାସଙ୍କ ପାର୍ଥôବ ଶରୀରରେ ସାମୁହିକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ତାଙ୍କର ମୃତଦେହ କଟକ ବଡ ଡାକ୍ତରଖାନାରେ ବ୍ୟବଚ୍ଛେଦ ହେବା ପରେ ରବିବାର ଅପରାହ୍ନରେ କେନ୍ଦ୍ରାପଡା ଅଣାଯାଇଥିଲା । କେନ୍ଦ୍ରାପଡା ପ୍ରବେଶ ପଥ ଦୁହୁରିଆଠାରେ ଶତାଧିକ ସୂଚନା ଅଧିକାର କର୍ମୀ, ସାମ୍ବାଦିକ, ମାନବାଧିକାର କର୍ମୀ, ଯୁବ ସଂଗଠକ ଓ ଦୁର୍ନିତୀ ବିରୋଧି ମଂଚର ସଦସ୍ୟମାନେ ତାଙ୍କ ମର ଶରୀରକୁ “ରଂଜନ ଦାସ ଅମର ରହେ” ନାରା ଦେଇ ସ୍ୱାଗତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଶନିବାର ସକାଳୁ ମାର୍ଶାଘାଇ ଥାନା ଅଧିନ ହଳଦିଆ ଗଡା ପାଟକୁରା ରାସ୍ତାର ବେରୁଅାଁଠାରେ ରଞ୍ଜନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ରଞ୍ଜନ ସୂଚନାଅଧିକାର କର୍ମୀଭାବେ ଜିଲ୍ଲାର ଦୃର୍ନୀତିଗ୍ରସ୍ତ ରାଜନେତା, ସରକାରୀ କର୍ମଚାରୀ, ବାଲି ମାଫିଆ, ଚିଙ୍ଗୁଡି ମାଫିଆ, ଠିକାଦାର ମାନଙ୍କ ଦୁର୍ନୀତୀ ଓ ସରକାରୀ ଅର୍ଥ ଲୁଟ୍ର ବିବରଣୀ ସୂନନା ଅଧିକାର ତଥ୍ୟ ଆଧାରରେ ଲୋକଲୋଚନକୁ ଆଣୁଥିବାରୁ ଏହି ବ୍ୟକ୍ତିମାନଙ୍କ ଟାର୍ଗେଟ୍ରେ ରହିଥିଲେ । ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅନୁସନ୍ଧାନ କରୁଥିବାବେଳେ ରଂଜନଙ୍କ ଭିଣୋଇ ବଳରାମ ଦାସ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ତାଙ୍କ ମୃତଦେହ କଟକ ବଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବାପରେ ଜନ୍ମସ୍ଥାନକୁ ନିଆଯାଇଥିଲା ।
Related Stories
November 27, 2024
November 27, 2024