
ଭୁବନେଶ୍ୱର– ଜାତୀୟ ସିଭିଲ୍ ସେବା ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଶର ସିଭିଲ୍ ସେବକଙ୍କୁ ସେମାନଙ୍କ ନିସ୍ୱାର୍ଥ, ସମର୍ପଣ, ସଚ୍ଚୋଟତା ଓ ଜନସେବା ପ୍ରତି ପ୍ରତିବଦ୍ଧତା ପାଇଁ ସେମାନଙ୍କ ପ୍ରଶଂସା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ ମିଡିଆ ମାଧ୍ୟମରେ ସିଭିଲ୍ ସେବକଙ୍କ ଅକଥ ପ୍ରୟାସର ପ୍ରଶଂସା କରି କହିଛନ୍ତି ଯେ, ସେମାନେ ଶାସନ ପ୍ରଣାଳୀକୁ ସଶକ୍ତ କରିବା ଓ ନାଗରିକଙ୍କ ଜୀବନ ସ୍ତରକୁ ଉତ୍ତମ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି ।
ସେ କହିଛନ୍ତି ଯେ, ଆପଣଙ୍କ ସେବା ହିଁ ପ୍ରଗତିର ମେରୁଦଣ୍ଡ ଅଟେ ଏବଂ ଆପଣଙ୍କ ପ୍ରୟାସ ଲଗାତର ଏକ ଉତ୍ତମ ରାଷ୍ଟ୍ର ଓ ରାଜ୍ୟ ନିର୍ମାଣରେ ଯୋଗଦାନ ଦେଉଛି ।
ମୁଖ୍ୟମନ୍ତ୍ରୀ ସିଭିଲ୍ ସେବକଙ୍କ ଦ୍ୱାରା ଉତ୍କୃଷ୍ଟତା ଦିଗରେ କରାଯାଉଥିବା ଉଦ୍ୟମକୁ ପ୍ରଶଂସା କରି ଏହା ବି କହିଛନ୍ତି ଯେ, ପ୍ରଶାସନିକ ବ୍ୟବସ୍ଥାର ପ୍ରତି ସ୍ତରରେ ପରିବର୍ତ୍ତନ ଓ ପ୍ରଭାବଶାଳୀ ସଂଚାଳନ ସୁନିଶ୍ଚିତ କରିବାରେ ସେମାନଙ୍କ କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।