
ବଲାଙ୍ଗିର– ବଲାଙ୍ଗିର ସହର ମାଲପଡ଼ା ନିବାସୀ ଶରତ ଚନ୍ଦ୍ର ଦୀକ୍ଷିତଙ୍କ ୮୦ ବର୍ଷ ବୟସରେ ଗତକାଲି ପରଲୋକ ହୋଇଯାଇଛି । ସେ ପି. ପି. ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ଥିଲେ । ସେ ଆଇ.ଡି.ଏମ ସ୍କୁଲର ପ୍ରତିଷ୍ଠାତା ଓ ଚେୟାରମେନ ଥିଲେ । ପି. ପି. ଏକାଡେମୀ ସ୍କୁଲର ଏନ୍ ସି ସି ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ । ସେହିପରି ସେ ଜଣେ ଜେଭଲିନ ଖେଳାଳି ମଧ୍ୟ ଥିଲେ ଓ ଏସିଆଡ ଗେମରେ ଅଂଶଗ୍ରହଣ କରିଥିଲେ । ସେ ଜଣେ ମିଷ୍ଟଭାସୀ, ସରଳ ବ୍ୟକ୍ତିତ୍ଵ ଥିଲେ । ତାଙ୍କର ଧର୍ମପତ୍ନୀ ସନ୍ଧ୍ୟାରାଣୀ ଦୀକ୍ଷିତ ମଧ୍ୟ ପି. ପି. ଏକାଡେମୀ ସ୍କୁଲର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ବଡପୁଅ ଶଶି ଭୂଷଣ, ବଡବୋହୁ ବବିତା, ମଝିଆଁ ପୁଅ ନିଶାନ୍ତ ଓ ଅର୍ଚ୍ଚିତା ସାନ ପୁଅ ପ୍ରଶାନ୍ତ ଓ ଶୀତଳ, ଝିଅ ଧାରାପ୍ରଭା, ଜ୍ଵାଇଁ ସୁବ୍ରତ, ସାନ ଝିଅ ମୋନାଲିସା, ଜ୍ଵାଇଁ ଅନୁପ ମୃତ ସମୟରେ ଉପସ୍ଥିତ ଥିଲେ । ବିଭୁତିପଡ଼ା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ବଡ଼ପୁଅ ଶଶି ମୁଖାଗ୍ନି ଦେଇଥିଲେ । ତାଙ୍କର ମୃତ୍ୟୁରେ ବଲାଙ୍ଗିର ପୃଥିବୀ ରାଜ ହାଇସ୍କୁଲ ୧୯୬୨ ବ୍ୟାଚ ପୁରାତନ ବନ୍ଧୁ ମାନେ ମର୍ମାହତ ହୋଇ ପଡିଛନ୍ତି। ଏଥିରେ ତାଙ୍କର ଅନେକ ଛାତ୍ର ସହିତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ ।