
ଭୁବନେଶ୍ୱର– ଜାତୀୟ ଭସିଲ୍ ସେବା ଦିବସ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ସିଭିଲ୍ ସେବକଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଏବଂ ଦେଶ ନିର୍ମାଣରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ପ୍ରଶଂସା କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପୋଷ୍ଟରେ କହିଛନ୍ତି ଯେ, ଜାତୀୟ ସିଭିଲ୍ ସେବା ଦିବସ ଅବସରରେ ଆମେ ଭାରତର ଇସ୍ପାତି ଢାଂଚା-ନିଜ ସମର୍ପିତ ସିଭିଲ୍ ସେବକଙ୍କୁ ସଲାମ କରୁଛୁ, ଯେଉଁମାନଙ୍କ ନିଷ୍ଠା, ସଚ୍ଚୋଟତା, କାର୍ଯ୍ୟକୁଶଳତା ଓ ଜନସେବା ଆମ ଗଣରାଜ୍ୟର ମେରୁଦଣ୍ଡ ଅଟେ । ସେମାନଙ୍କ ଯୋଗଦାନ ବିକଶିତ ଭାରତର ସେହି ସ୍ୱପ୍ନକୁ ସାକାର କରିବାରେ ମୁଖ୍ୟ ଅଟେ, ଯାହା ନ୍ୟାୟ, ସମାନତା ଓ ସୁଶାସନରେ ନିହିତ ରହିଛି ।