
ହରିଦ୍ୱାର– କାଳୀ ସେନା ମୁଖ୍ୟ ଓ ଶାଂଭବୀ ପୀଠାଧେଶ୍ୱର ସ୍ୱାମୀ ଆନନ୍ଦ ସ୍ୱରୂପ ମହାରାଜ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହଧାମୀଙ୍କୁ ଚିଠି ଲେଖି ଉତ୍ତରାଖଣ୍ଡର ଚାରିଧାମରେ ଅଣହିନ୍ଦୁଙ୍କ ପ୍ରବେଶକୁ ବର୍ଜିତ କରିବାକୁ ଦାବି କରିଛନ୍ତି ।
ଚିଠିରେ କାଳୀ ସେନା ପ୍ରମୁଖ କହିଛନ୍ତି ଯେ, ଉତ୍ତରାଖଣ୍ଡ ଏବେ ଭାରତରେ ହିଁ ନୁହେଁ ବରଂ ପୂରା ବିଶ୍ୱରେ ଆସ୍ଥାରେ ଏକ କେନ୍ଦ୍ର ଭାବେ ବିକଶିତ ହେଉଛି । ଏଠାକାର ଚାରିଧାମ ବଦ୍ରିନାଥ, କେଦାରନାଥ, ଯମୁନେତ୍ରୀ ଓ ଗଙ୍ଗୋତ୍ରୀରେ ଲକ୍ଷ ଲକ୍ଷ ସଂଖାରେ ଲୋକ ଦେଶ-ବିଦେଶରୁ ଦର୍ଶନ କରିବାକୁ ଆସିଥାନ୍ତି । ସୁରକ୍ଷା ଦୃଷ୍ଟିରୁ ଅଣହିନ୍ଦୁଙ୍କ ପ୍ରବେଶ ବନ୍ଦ କରାଯାଉ ।
ସେ କହିଛନ୍ତି ଯେ, ଯଦି ଚାରି ଧାମରେ ଅଣହିନ୍ଦୁ ସେମାନଙ୍କ ସହ କୁକୁର ଓ ଘୋଡା ସହିତ କୌଣସି ଆତଙ୍କବାଦୀ ଗତିବିଧିକୁ ଲକ୍ଷ୍ୟ ଦେଇପାରନ୍ତି । ଏହାଦ୍ୱାରା ସରକାରର ବିଶ୍ୱସ୍ତରରେ ଅସମ୍ମାନ ହେବ ଏବଂ ହିନ୍ଦୁ ସମାଜ ପ୍ରତି ଏକ କଳଙ୍କର ବିଜ ସୃଷ୍ଟି ହେବ ।