
କୋଲକାତା– ପଶ୍ଚିମବଙ୍ଗର ରାଜ୍ୟପାଳ ଡ.ସିଭି ଆନନ୍ଦ ବୋଷ ସୋମବାର ଦ୍ୱିପ୍ରହର ଦକ୍ଷିଣ କୋଲକାତା ସ୍ଥିତ କମାଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିୟମିତ ଚିକିତ୍ସୀୟ ଯାଂଚ ସମୟରେ ଡାକ୍ତରମାନେ ତାଙ୍କ ହାର୍ଟରେ ବ୍ଲକେଜ ଥିବା ଜାଣିବାକୁ ପାଇଥିଲେ, ଯାହାପରେ ତାଙ୍କୁ ବିନା କୌଣସି ବିଳମ୍ବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ରାଜଭବନ ସୂତ୍ର ଅନୁସାରେ ସୋମବାର ରାଜ୍ୟପାଳ ତାଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଂଚ ପାଇଁ ହସ୍ପିଟାଲରେ ପହଂଚିଥିଲେ । ଯାଂଚ ସମୟରେ ଚିକିତ୍ସକମାନେ କିଛି ହାର୍ଟ ସଂପର୍କିତ ସମସ୍ୟା ଥିବା ଜାଣିବାକୁ ପାଇଥିଲେ ଏବଂ ତାଙ୍କୁ ତୁରନ୍ତ ଭର୍ତ୍ତି କରିବାକୁ ନିଷ୍ପତି ନେଇଥିଲେ ।