
-
ଶନିବାର ଗୀତଗୋବିନ୍ଦ ସଦନରେ ସ୍ମୃତିସଭା
ଭୁବନେଶ୍ୱର– ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ରାଜ୍ୟସ୍ତରୀୟ ଶୋକସଭା ଆସନ୍ତା ୨୬ ତାରିଖ ଶନିବାର ଦିନ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହେବ । ଏଥିରେ ଏକ ସ୍ମରଣିକା ପ୍ରକାଶ ପାଇବ। ଏଥିପାଇଁ ରତିଭାଇ ସ୍ମୃତି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବୁଲେନ୍ ଭାଇ ସଦନରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି କମିଟିର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶୋକସଭା ପାଳନ ନେଇ ବିସ୍ତୁତ ଆଲୋଚନା ହୋଇଯାଇଛି । ସ୍ମରଣିକା ପାଇଁ ରାଜ୍ୟର କୋଣ ଅନୁକୋଣରେ ତାଙ୍କ ସଂସ୍ପର୍ଶରେ ଆସିଥିବା ରାଜନେତା, ସାମ୍ବାଦିକ, ବୁଦ୍ଧିଜୀବି, ସାମାଜିକ କର୍ମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଲେଖା ପଠାଇବାକୁ ଅନୁରୋଧ କରାଯାଇଛି । ଆଗ୍ରହୀ ବ୍ୟକ୍ତିମାନେ ଆସନ୍ତା ବୁଧବାର ରାତି ସୁଦ୍ଧା ସେମାନଙ୍କ ଲେଖା ଇ-ମେଲ ଆଇଡି କ୍ସବଗ୍ଧସଭଷବସଗ୍ଦଜ୍ଞକ୍ସଙ୍କଗ୍ଧସଅଶଜ୍ଞବସକ୍ଷ.ମକ୍ଟଜ୍ଞ ଓ ୱାଟସଅଫ୍ ନମ୍ବର ୯୪୩୮୪୧୩୭୦୪ ରେ ପଠାଇବାକୁ ସ୍ମୃତି କମିଟିର ଅଧ୍ୟକ୍ଷ ସାମ୍ବାଦିକ ଶ୍ରୀ ଦାସ ଅନୁରୋଧ କରିଛନ୍ତି । ଏହି ସ୍ମରଣିକାର ସମ୍ପାଦନା ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କରିବେ।
ଶ୍ରୀ ଦାସ କହିଛନ୍ତି ସାମ୍ବାଦିକ ସ୍ୱର୍ଗତ ରତିକାନ୍ତ ମହାନ୍ତି ଓଡିଶାର ସାମ୍ବାଦିକତା, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଅତ୍ୟନ୍ତ ପ୍ରିୟ ଥିଲେ । ସାମ୍ବାଦିକ ବୃତି ସହ ସାମାଜିକ ଜୀବନରେ ସାମ୍ବାଦିକ ମାନଙ୍କୁ ସହ ସେ ଅନେକ କାମ କରିଛନ୍ତି। ବିଶେଷ କରି ନୂଆକରି ସାମ୍ବାଦିକତା ଆରମ୍ଭ କରୁଥିବା ଯୁବ ସାମ୍ବାଦିକ ମାନଙ୍କ ପାଇଁ ସେ ଥିଲେ ପ୍ରେରଣା। ଜୀବନବ୍ୟାପୀ ସାମ୍ବାଦିକତା ଛଡା ସେ ଆଉ କିଛି କରିନାହାନ୍ତି। ତାଙ୍କର ବିୟୋଗରେ ସାମ୍ବାଦିକ ମହଲ ଦୁଃଖିତ ଓ ମର୍ମାହତ ।ଆଜିର ଏହି ପ୍ରସ୍ତୁତି ବୈଠକରେ ସାମ୍ବାଦିକ ସ୍ୱର୍ଗତ ରତିକାନ୍ତ ମହାନ୍ତିଙ୍କ ପରିବାରର ସଦସ୍ୟ ମାନେ ଉପସ୍ଥିତ ଥିଲେ ।