ଜୟପୁର- କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ବୋଦାପୁଟ ପଞ୍ଚାୟତ ଅନ୍ତର୍ଗତ କୁରୁକକୁଟି ଗ୍ରାମରେ ବାସି ଖାଦ୍ୟ ଖାଇ ତିରିଶି ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ମାନଙ୍କୁ 108 ଆମ୍ବୁଲାନ୍ସ ଯୋଗେ ବୈପାରୀଗୁଡା ମେଡିକାଲରେ ଭର୍ତି କରାଯାଇଛି । ଆକ୍ରାନ୍ତ ମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିବା ଜଣାପଡିଛି ।
କୁରୁକୁଟି ଗ୍ରାମରେ ଗତ ଶୁକ୍ରବାର ବାହାଘର ଥିଲା l ସେହି ଭୋଜିର ବଳକା ଖାଦ୍ୟ ଗତକାଲି ଶନିବାର ଦିନ ପୁଣି କୁରୁକୁଟି ଗାଁଲୋକେ ଖାଇବା ଫଳରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି l ଖବର ପାଇ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅରୁଣ ପାଢୀ କୁରୁକୁଟି ଗ୍ରାମରେ ପହଂଚିଥିବା ବେଳେ ମେଡିକାଲ ଟିମ୍ ମଧ୍ୟ ଗ୍ରାମରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।