
ନୂଆଦିଲ୍ଲୀ – କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶିଖ ଧର୍ମର ପଂଚମ ଗୁରୁ ଶ୍ରୀ ଗୁରୁ ଅର୍ଜନ ଦେବଜୀଙ୍କ ପ୍ରକାଶ ପର୍ବରେ ତାଙ୍କୁ ପ୍ରଣାମ ଜଣାଇଛନ୍ତି ।
ସେ ସୋସିଆଲ ମି଼ଡିଆରେ ଲେଖିଛନ୍ତି, ଶିଖ ଧର୍ମର ପଂଚମ ଗୁରୁ ଶ୍ରୀ ଗୁରୁ ଅର୍ଜନ ଦେବଜୀଙ୍କ ପ୍ରକାଶ ପର୍ବରେ ତାଙ୍କୁ ପ୍ରଣାମ ଜଣାଉଛି। ଗୁରୁ ଅର୍ଜନ ଦେବ ସେବା, ଭକ୍ତି ଓ ନିଷ୍କାମ କର୍ମକୁ ମାଧ୍ୟମ କରି ଶିଖ ଧର୍ମର ବିସ୍ତାର କରିବାରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ ।