
ଭୁବନେଶ୍ୱର– ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କବି ବାଞ୍ଛାନିଧି ମହାନ୍ତିଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପୁରୋଧା, ସଂଗ୍ରାମୀ କବି ବାଞ୍ଛାନିଧି ମହାନ୍ତିଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କର ସେବା, ମାଟିର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ଜୀବନ ଏବଂ ସଂଗ୍ରାମ ଆମ ପାଇଁ ଏକ ପ୍ରେରଣାର ଉତ୍ସ ।