
ବଲାଙ୍ଗିର, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂତନ ରାସନ କାର୍ଡ଼ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବର୍ତ୍ତମାନ ନୂତନ ରାସନ କାର୍ଡ଼ ପ୍ରସ୍ତୁତ କରାଯାଉଛି । ଏହି ପରିପ୍ରେକ୍ଷୀରେ ନୂତନ ରାସନ କାର୍ଡ଼ ପ୍ରସ୍ତୁତ ନିମନ୍ତେ ପରିବାରର ସମସ୍ତ ସଦସ୍ୟଙ୍କ ଈ-କେ.ୱାଈ.ସି ଯାଞ୍ଚ ନିହାତି ଜରୁରୀ ଅଟେ । ଏଣୁ ଜିଲ୍ଲାର ସମସ୍ତ ଆବେଦନକାରୀ ନିଜ ବ୍ଲକ କିମ୍ବା ପୌରାଞ୍ଚଳରେ ଥିବା ଯୋଗାଣ ନିରୀକ୍ଷକଙ୍କ ସହ ଯୋଗାଯୋଗ କରି ଯଥାଶୀଘ୍ର ଈ-କେ.ୱାଈ.ସି ଯାଞ୍ଚ କରାଇନେବାକୁ ଅନୁରୋଧ କରାଯାଇଛି । ପାରମ୍ପରିକ କାର୍ଡ ବଦଳରେ ଏଥିର ରଙ୍ଗନ କାର୍ଡ ପାଇବେ ହିତାଧିକାରୀ । ବ୍ଲକ୍ ଓ ପୌରାଞ୍ଚଳରେ କାର୍ଯ୍ୟରତ ଅଧିକାରୀ ଏହି ନୂଆ କାର୍ଡ ବାଣ୍ଟିବେ। ନୂଆଁ କାର୍ଡ ବଣ୍ଟନ ଆରମ୍ଭ ହେବାର ତାରିଖ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଜଣାଇ ଦିଆଯିବ। ୨୨ ତାରିଖ ସୁଦ୍ଧା ନୂଆ କାର୍ଡ ପ୍ରସ୍ତୁତି ଶେଷ କରିବାକୁ ନିର୍ଦେଶ ସବୁ ଜିଲ୍ଲାପାଳଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ! ଖାଦ୍ୟ ସୁରକ୍ଷା ଯୋଜନାରେ ପୂର୍ବ ସରକାର ସମୟରେ ଯୋଡ଼ି ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଜାରି ରଖିଛନ୍ତି । ଇ-କେୱାଇସି ଜରିଆରେ କ୍ଷେତ୍ରସ୍ତରୀୟ ଯାଞ୍ଚ ପରେ ଅନେକ ଅଯୋଗ୍ୟ ଓ ଭୂତ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଛନ୍ତି। ବିଭାଗ ପକ୍ଷରୁ କୁହାଯାଇଛି ଯେ ନୂଆ ଯୋଗ୍ୟ ହିତାଧିକାରୀଙ୍କ କ୍ଷେତ୍ରସ୍ତରୀୟ ଯାଞ୍ଚ ପରେ ରାସନ୍ କାର୍ଡ ପ୍ରଦାନ କରାଯିବ।