
ଜୟପୁର-ସଂଯୁକ୍ତ ରାଜ୍ୟ ଆମେରିକାର ଉପରାଷ୍ଟ୍ରପତି ଜେଡି ବେନ୍ସ 21 ଅପ୍ରେଲ (ସୋମବାର) ଭାରତ ଗ୍ରସ୍ତରେ ଆସୁଛନ୍ତି।ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ସେହି ରାତିରେ ଜୟପୁରରେ ପହଁଞ୍ଚିବେ। ତାଙ୍କ ସହିତ ତାଙ୍କ ପତ୍ନୀ ଉଷା ବେନ୍ସ,ତିନିଜଣ ଶିଶୁ-ଇୱାନ,ବିବେକ ଏବଂ ମିରାବେଲ ଏବଂ ଆମେରିକୀୟ ପ୍ରଶାସନର ବରିଷ୍ଠ ଅଧିକାରୀ ମଧ୍ୟ ରହିବେ।ବେନ୍ସ 24 ଅପ୍ରେଲ ପର୍ଯ୍ୟନ୍ତ ଜୟପୁରରେ ରହିବେ।ଏହି ସମୟରେ ସେ ଆମେର ଦୁର୍ଗ,ଜୟପୁର ସିଟୀ ପ୍ୟାଲେସ ସମେତ ଅନେକ ଏୈତିହାସିକ ସ୍ଥାନ ପରିଦର୍ଶନ କରିବେ।ସେ 22 ଅପ୍ରେଲରେ ରାଜସ୍ଥାନ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଅନୁଷ୍ଠିତ ଏକ ବିଜନେସ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିବେ।ରାଜ୍ୟ ସରକାର ବେନ୍ସଙ୍କ ଗ୍ରସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି କରିଛନ୍ତି।ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଶନିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅଧିକାରୀଙ୍କ ସହ ଏକ ବୈଠକ କରି ନିର୍ଦ୍ଦେଶ ଦେଇଛନ୍ତି ଯେ ଯାତ୍ରାକୁ ଏୈତିହାସିକ ଏବଂ ସ୍ମରଣୀୟ କରିବା ପାଇଁ ସମସ୍ତ ବ୍ୟବସ୍ଥା ସମୟ ମଧ୍ୟରେ ସମାପ୍ତ ହେବା ଉଚିତ। ସୁରକ୍ଷାକୁ ନେଇ ପୋଲିସ ବିଭାଗ ବିଶେଷ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏଥି ସହିତ ଯାତାୟତ ବ୍ୟବସ୍ଥା ମଧ୍ୟ ସୁଚାରୁରୁପେ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।