
ଭୁବନେଶ୍ୱର – ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ ବକ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ରତ୍ନ ଭଣ୍ଡାର ମରାମତି ହୋଇ ନ ଥିଲେ ଭୁଶୁଡ଼ି ପଡ଼ି ଥାଆନ୍ତା ।
ଆଜି ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି ଯେ, ସ୍ନାନ ପୂର୍ଣ୍ଣିମା ପୂର୍ବରୁ ରତ୍ନ ଭଣ୍ଡାର ମରାମତି ଚୁଡାନ୍ତ ସ୍ଥିତିକୁ ଆସିଲାଣି। ନିତିକାନ୍ତି ବ୍ୟାଘାତ ନ କରି ମରାମତି କାମ ଚାଲିଛି। ଦିନରେ ଦେଢ଼ ଘଣ୍ଟାରୁ ଦୁଇ ଘଣ୍ଟା ମରାମତି କାମ ଚାଲିଛି।
ରତ୍ନ ଭଣ୍ଡାରର ଯେତିକି ଡ୍ୟାମେଜ ହୋଇଥିଲା, ଯଦି ମରାମତି ହୋଇ ନ ଥାଆନ୍ତା, ମୋର ତ ଆଶଂକା ଯେ ହୁଏତ ଭିତର କେତେବେଳେ ଭୁଶୁଡ଼ି ପଡ଼ି ଥାଆନ୍ତା। ତେଣୁ ସେଭଳି ସ୍ଥିତିରେ ଥିବା ରତ୍ନ ଭଣ୍ଡାରକୁ ସମ୍ପୂର୍ଣ୍ଣରୂପେ ଶହେରୁ ଦୁଇ ଶହ ବର୍ଷ ଠିକ୍ ଢ଼ଙ୍ଗରେ ରହିଲା ପରି ମରାମତିର ଯେଉଁ ପ୍ରକ୍ରିୟା ରହିଛି। ତାକୁ ନଜର ରଖି ଏଏସଆଇ କୁ କୌଣସି ପ୍ରକାର ବ୍ୟସ୍ତ କରାଯାଉ ନାହିଁ। ସେମାନେ ତାଙ୍କ ନିଜ ଟାଇମରେ କାମ କରୁଛନ୍ତି। ଯେହେତୁ ଏଏସଆଇ କୁ ସମୟ କମ ଦିଆଯାଉଛି। ସେଇ ଦୃଷ୍ଟିରୁ ବିଳମ୍ବିତ ହେଉଛି। ସ୍ନାନ ଯାତ୍ରା ପୂର୍ବରୁ ଆମେ ବି ସାରିବା ପାଇଁ ଚେଷ୍ଟା କରୁଛୁ। ରତ୍ନ ଭଣ୍ଡାରର କାମ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବା।