
ଭୁବନେଶ୍ୱର– ପୁରୀ ଶ୍ରୀମନ୍ଦିରରେ ହୁଣ୍ଡି ସିଫ୍ଟିଂ ପରେ ହିଁ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃ୍ଥ୍ୱୀରାଜ ହରିଚନ୍ଦନ ।
ସେ କହିଛନ୍ତି ଯେ ପରିଚାଳନା ସମିତିର ଚୂଡ଼ାନ୍ତ ରୂପ ଚଳିତ ମାସ ସୁଦ୍ଧା ଶେଷ ହେବ । ହୁଣ୍ଡିର ସିଫ୍ଟିଂ ପାଇଁ ପରିଚାଳନା ସମିତି ଓ ସରକାରଙ୍କ ମଧ୍ୟରେ ସହମତି ରହିବାର ଆବଶ୍ୟକତା ଅଛି । ହୁଣ୍ଡି ସିଫ୍ଟିଂ ସହିତ ଧାଡ଼ି ଦର୍ଶନ ବ୍ୟବସ୍ଥାର ସଂପୃକ୍ତି ରହିଛି । ହୁଣ୍ଡି ସିଫ୍ଟିଂ ପରେ ହିଁ ଧାଡ଼ି ଦର୍ଶନ ପାଇଁ ଯାହା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି । ଖୁବଶୀଘ୍ର ଏହା କାମରେ ଲାଗିବ । ହୁଣ୍ଡି ସିଫ୍ଟିଂ ହେବାର ଦୁଇ ଚାରି ଦିନ ଭିତରେ ହିଁ ଏହି ପ୍ରକ୍ରିୟା ଆରମ୍ଭ ହେବ ।