
-
ଅନଲାଇନ ଗେମିଂ ଯୋଗୁଁ ଆତ୍ମହତ୍ୟା ପ୍ରସଙ୍ଗ
-
ସାଇବର ତଦନ୍ତରେ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ପଦକ୍ଷେପ ନେଉଛନ୍ତି : ଆଇନ ମନ୍ତ୍ରୀ
ଭୁବନେଶ୍ୱର– ଅନଲାଇନ ଗେମିଂ ଯୋଗୁଁ ଆତ୍ମହତ୍ୟା ପ୍ରସଙ୍ଗ ସାଇବର ତଦନ୍ତରେ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସେ କହିଛନ୍ତି ଯେ, ସେ ବାବଦରେ ଗମ୍ଭୀରତାର ସହ ଚିନ୍ତା କରିବାର ଆବଶ୍ୟକତା ରହିଛି । ୨୦୨୪ରେ ପାଖାପାଖି ସାଇବର ଠକେଇରେ ୧୫୩ କୋଟି ଟଙ୍କା ଚୋରୀ ହୋଇଛି । କିନ୍ତୁ ରିକଭରି ପରିମାଣ ବହୁତ କମ । ସାଇବର ଠକେଇରେ ପ୍ରଥମ ଗୋଟିଏ ଘଣ୍ଟା ବା ଗୋଲ୍ଡେନ ଆୱାର ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ଭିତରେ ପୋଲିସ ପାଖରେ ସମ୍ଭାବନା ରହିଛି ରିକଭର କରିପାରିବ । ଲୋକଙ୍କ ଭିତରେ ସଚେତନତା ହେଲେ ଲୋକ ସହାୟତା ମାଗିବେ ଓ ଲୋକ ଠକେଇରୁ ବଞ୍ଚିବେ ।
ଗେମ୍ ଆଉ ଗ୍ୟାମ୍ୱଲିଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଧିରେ ଧିରେ ଏହା ଚିନ୍ତାଜନକ ସ୍ଥିତିକୁ ଗଲାଣି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି । ସାଇବର ତଦନ୍ତରେ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ପଦକ୍ଷେପ ନେଉଛନ୍ତି ।