
ଭୁବନେଶ୍ୱର– ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ ରତିକାନ୍ତ ମହାନ୍ତି । ସେ ବିଭିନ୍ନ ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମର ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ । ଦୀର୍ଘ 4 ଦଶନ୍ଧି ଧରି ସ୍ବଚ୍ଛ ଓ ନିରପେକ୍ଷ ସାମ୍ବାଦିକତା କରିଥିଲେ ରତିକାନ୍ତ ମହାନ୍ତି । ରତିକାନ୍ତଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।