
-
ସାଂସଦ ଖେଳ ମହାକୁମ୍ଭର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ଲକ୍ଷ୍ନୌ-ଲକ୍ଷ୍ନୌରେ କେଡି ସିଂହ ବାବୁ ଷ୍ଟାଡିୟମରେ ସାଂସଦ ଖେଳ ମହାକୁମ୍ଭର ଶୁଭାରମ୍ଭ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଏହାସହିତ ଏପ୍ରିଲ 24 ଯାଏ ଚାଲିବାକୁ ଥିବା ଖେଳ ମହାକୁମ୍ଭରେ ଆଥଲେଟିକ, ଭଲିବଲ୍, କବାଡି, ଫୁଟବଲ୍, ବକ୍ସିଂ ସମେତ 8ଟି ଖେଳ ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଖେଳାଳିଙ୍କ ଉତ୍ସାହ ବଢାଇ ସୂତ୍ରବାକ୍ୟରେ କହିଛନ୍ତି ଯେ, ଭାରତର ଖେଳାଳି ଖେଳ କ୍ଷେତ୍ରରେ ଭାରତର ନାମ ଶିଖରରେ ପହଂଚାଇଛନ୍ତି । ପ୍ରତି ଖେଳରେ ଭାରତ ଆଗକୁ ବଢୁଛି । ଖେଳାଳିଙ୍କ ଭଲ ପ୍ରଦର୍ଶନ କରିବା ପାଇଁ ସରକାର ଯଥାସମ୍ଭବ ସହାୟତା ପ୍ରଦାନ କରୁଛନ୍ତି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ବିଧାୟକ ନିରଜ ବୋରା, ବିଧାୟକ ଯୋଗେଶ ଶୁକ୍ଲା, ମହାପୌର ସୁଷମା ଖର୍କୱାଲ ପ୍ରମୁଖ ଉପସ୍ଥିତ ଥିଲେ ।