
କୋଲକାତା– ୱାକଫ୍ ଅଧିନିୟମ ବିରୋଧରେ ଗତ ସପ୍ତାହରେ ମୁର୍ସିଦାବାଦ ଜିଲ୍ଲାରେ ସାଂପ୍ରଦାୟିକ ହିଂସା ମାମଲାରେ ଏବେ ସୁଦ୍ଧା 315ଜଣ ଲୋକଙ୍କୁ ଗିରଫ କରାଯାଇଛି । ଏଥିରେ ଦୁଇ ନାବଳକ ବି ସାମିଲ ଅଛନ୍ତି । ଗିରଫ ହୋଇଥିବା ଅଧିକାଂଶ ଲୋକଙ୍କୁ ଏବେ ସୁଦ୍ଧା ଜାମିନ ମିଳିନି । କେବଳ ଦୁଇ ନାବାଳିକକୁ ମୁକ୍ତ କରାଯାଇଛି । ଗୁଜବ ଓ ଭ୍ରମାତ୍ମକ ସୂଚନା ପ୍ରଚାର କରୁଥିବା ପ୍ରାୟ 1,257 ଇଂଟରନେଟ ଲିଙ୍କକୁ ବି ଏବେ ସୁଦ୍ଧା ବ୍ଲକ କରାଯାଇଛି ।
ରିପୋର୍ଟରେ କୁହାଯାଇଛି ଯେ, ହିଂସାର ଆରମ୍ଭ ଏପ୍ରିଲ 8ରେ ରଘୁନାଥଗଂଜ ଥାନା ଅନ୍ତର୍ଗତ ପିଡବ୍ଲୁଡି ମୈଦାନରେ ୱାକଫ ଅଧିନିୟମ ବିରୋଧରେ ଆୟୋଜିତ ବିକ୍ଷୋଭ ସମୟରେ ହୋଇଥିଲା । ଦ୍ୱିପ୍ରହର ସମୟରେ ଭିଡ ହଠାତ୍ ଉଗ୍ର ହୋଇଥିଲା ଏବଂ ସରକାରୀ ସଂପତିକୁ କ୍ଷତି ପହଂଚାଇବା ସହ ପୋଲିସକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ବିକ୍ଷୋଭକାରୀଙ୍କ ଉପରେ ଘାତକ ଅସ୍ତ୍ରଶସ୍ତ୍ର ଥିଲା ଏବଂ ସେମାନେ ପୋଲିସକର୍ମୀଙ୍କ ଅସ୍ତ୍ରଶସ୍ତ୍ର ଛଡାଇ ନେଇଥିଲେ ।