
ଡେରାଡୁନ– ଉତ୍ତରାଖଣ୍ଡର ଚମୋଲି ଜିଲ୍ଳାର ଗୋପେଶ୍ୱର ସ୍ଥିତ ବିରହି-ନିଜମୁଲା ମୋଟର ମାର୍ଗରେ ଗାଁ ନିକଟରେ ଗାଁ ଶୁକ୍ରବାର ସନ୍ଧ୍ୟାରେ ଏକ କାର ଗଭୀର ଖାଇକୁ ଖସିପଡିଥିଲା, ଏଥିରେ 5ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।
ଚମୋଲି ଜିଲ୍ଲାରେ ହୋଇଥିବା ଏହି ସଡକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହଧାମୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ମୃତକ ପରିଜନଙ୍କୁ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦିବଂଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରି ଶୋକ ସନ୍ତପ୍ତ ପରିବାର ପ୍ରତି ନିଜ ଗଭୀର ସମବେଦନା ପ୍ରକଟ କରିଛନ୍ତି ।