
ଭୁବନେଶ୍ୱର– ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ରତି ଭାଇଙ୍କ ସହ ସ୍ମୃତି ଓ ଅନୁଭୂତି ବହୁତ ଅଛି । ଛାତ୍ର ଆନ୍ଦୋଳନ ସମୟରୁ ତାଙ୍କ ସହିତ ମୁଁ ବ୍ୟକ୍ତିଗତ ଭାବେ ଜଡ଼ିତ । ସେ ଜଣେ ସରଳ ଓ ନିରାଡ଼ମ୍ବର ଜୀବନ ବିତାଉଥିବା ବ୍ୟକ୍ତି ଥିଲେ ତଥା ସାମାଜିକ ଓ ରାଜନୈତିକ କ୍ଷେତ୍ରର ସବୁ ବର୍ଗର ଲୋକଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କରେ ଥିଲେ ।
ସାମ୍ବାଦିକତା ଜଗତରେ ତାଙ୍କୁ ଜଣେ ନିଆରା ବ୍ୟକ୍ତିତ୍ୱ କହିଲେ ଭୁଲ ହେବ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ତାଙ୍କ ଅମର ଅତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛନ୍ତି ଧର୍ମେନ୍ଦ୍ର । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କାମନା କରିଛନ୍ତି।