
ନୂଆଦିଲ୍ଲୀ– କେନ୍ଦ୍ର ସରକାର ଧାର୍ମିକ ସଂସ୍ଥାନ ଓ ପର୍ଯ୍ୟଟନ ସେବା ନାମରେ ହେଉଥିବା ଅନଲାଇନ ଠକେଇ ସଂପର୍କରେ ଲୋକଙ୍କୁ ସଚେତନା କରିବା ପାଇଁ ଶନିବାର ଚେତାବନୀ ଜାରି କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଲୋକଙ୍କୁ ଅନଲାଇନ ବୁକିଂ ଠକେଇ ସଂପର୍କରେ ସଚେତନ କରିଛି, ଯେଉଁଥିରେ ଦେଶରେ ଧାର୍ମିକ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କୁ ନିଶାନା କରାଯାଉଛି । ଆଇସି ଏକ ବୟାନରେ କହିଛି ଯେ, ଏହି ଠକେଇ ନକଲି ୱେବସାଇଟ୍, ଭ୍ରମାତ୍ମକ ସୋସିଆଲ ମିଡିଆ ପେଜ୍, ଫେସବୁକ ପୋଷ୍ଟ ଓ ଗୁଗଲ ପରି ସର୍ଚ୍ଚ ଇଂଜିନ ଓ ପେଡ୍ ବିଜ୍ଞାପନ ଜରିଆରେ କରାଯାଉଛି । ଏହି ଘୋଟାଲରେ ପ୍ରଫେସନାଲ ଦେଖାଯାଉଥିବା କିନ୍ତୁ ନକଲି ୱେବସାଇଟ୍, ସୋସିଆଲ ମିଡିଆ ପ୍ରୋଫାଇଲ ଓ ହ୍ୱାଟସଆପ୍ ଆକାଉଂଟ କେଦାରନାଥ, ଚାରିଧାମ ପାଇଁ ହେଲିକପ୍ଟର ବୁକିଂ, ତୀର୍ଥଯାତ୍ରୀଙ୍କ ପାଇଁ ଗେଷ୍ଟହାଉସ ଓ ହୋଟେଲ ବୁକିଂ, ଅନଲାଇନ କ୍ୟାବ କିମ୍ବର ଟ୍ୟାକ୍ସି ସେବା ବୁକିଂ ଓ ହଲିଡେ ପ୍ୟାକେଜ ଓ ଧାର୍ମିକ ଯାତ୍ରା ପରି ସେବା ଦେଉଥିବାର ପ୍ରତିଶ୍ରୁତି ଦେଇଥାଏ । ଏହି ପ୍ଲାଟଫର୍ମ ମାଧ୍ୟମରେ ଦେୟ ଦେଲେ ଲୋକଙ୍କୁ କୌଣସି ବୁକିଂ କିମ୍ବା ସେବା ପ୍ରାପ୍ତ ହୋଇନଥାଏ ଏବଂ ସଂପର୍କ ପାଇଁ ଦିଆଯାଇଥିବା ନମ୍ବର ସହ ଯୋଗାଯୋଗ ସମ୍ଭବ ହୋଇନଥାଏ, ସେତେବେଳେ ସେମାନେ ଠକେଇର ଶିକାର ହୋଇଥିବା ଅନୁଭବ କରିଥାନ୍ତି ।