
ନୂଆଦିଲ୍ଲୀ– ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶନିବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଥିବା ଭାରତ ରତ୍ନ ଡ.ଭୂପେନ ହଜାରିକାଙ୍କ ଜନ୍ମ ଶତାବ୍ଦୀର ଏକ ବର୍ଷ ଯାଏ ଚାଲିବାକୁ ଥିବା ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି । ଏହା ବ୍ୟତୀତ ଦୁଇ ପ୍ରମୁଖ ଭିତ୍ତିଭୂମି ଢାଂଚା ପ୍ରକଳ୍ପର ଶିଳାନ୍ୟାସ କରିବାକୁ ବି ଅନୁରୋଓ କରିଛନ୍ତି । ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର 8ରେ ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଯୋଗ ଦେବା ନେଇ ସହମତି ପ୍ରକାଶ କରିଛନ୍ତି ।