
ଭୁବନେଶ୍ୱର– ଆସନ୍ତା ୨୪ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାର ଷଷ୍ଠ ପର୍ଯ୍ୟାୟ ଟଙ୍କା ଦିଆଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ନୂତନ ହିତାଧିକାରୀଙ୍କୁ ଏପ୍ରିଲ ୨୪ ତାରିଖରେ ସୁଭଦ୍ରା ଟଙ୍କା ମିଳିବ । ପୁରୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଏହି ଟଙ୍କା ପ୍ରଦାନ କରାଯିବ। ପଂଚାୟତିରାଜ ଦିବସରେ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଆକାଉଂଟକୁ ଦୁଇଟି କିସ୍ତିର ଟଙ୍କା ଆସିବ। ସେମାନେ ଏକ ସମୟରେ ୧୦ ହଜାର ଟଙ୍କା ପାଇବେ।