
ଭୁବନେଶ୍ୱର – ଚଳିତ ବର୍ଷ ୫ଲକ୍ଷ ୬୦ହଜାର ୮୯୧ ପରିକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେବେ । ଏଥିପାଇଁ ୩୦୭ ଟି ନୋଡାଲ ସେଂଟର କରାଯିବ । ଏହି ସେଂଟର ଗୁଡିକରେ ୨୪ ଘଂଟିଆ ସୁରକ୍ଷା ବ୍ୟବସ୍ଥା କରାଯିବ । ୨,୮୮୮ ଟି ପରୀକ୍ଷା କେନ୍ଦ୍ର କରିବାକୁ ଧାର୍ଯ୍ୟ ହୋଇଛି । ୨୨ ଟି ପୋଲିସ୍ ଷ୍ଟେସନ୍ କୁ ମଧ୍ୟ ନୋଡାଲ ସେଂଟର କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ପ୍ରକାଶ କରିଛନ୍ତି । ।
ଚଳିତ ବର୍ଷ ଯୁକ୍ତ ୨ ଓ ମାଟ୍ରିକ୍ ପରୀକ୍ଷା ପରିଚାଳନା କରିବାରେ କୌଣସି ଅସୁବିଧା ହେବ ନାହିଁ । ଫେବୃଆରୀ ୪ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ନୋଡାଲ ଇନଚାର୍ଜ ଓ ସୁପରିଟେଣ୍ଡେଂଟ ମାନଙ୍କୁ ପରୀକ୍ଷା ପରିଚାଳନା ପାଇଁ ତାଲିମ୍ ଦିଆଯିବ । ସମ୍ବେଦନଶୀଳ ହଜାରେ ଟି କେନ୍ଦ୍ରରେ ସିସିଟିଭି ଲଗାଯିବ । ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡର୍ର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତିି ।