
ଗଂଜାମ– ଗଂଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ଲାଂଜିପଲୀର ଅଧିଷ୍ଠାତ୍ରୀ ମା ତାରାଦେବୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ପାଇଁ ପ୍ରସ୍ତୁତି ପୁରାଦମରେ ଆରମ୍ଭ ହୋଇଛି । ଏଥିପାଇଁ ଆସନ୍ତା ୩୦ ତାରିଖରେ ଶୁଭଖୁଣ୍ଟି ସ୍ଥାପନ ହେବ। ମା’ଙ୍କ ଯାତ୍ରା ମଇ ମାସ ୧୮ ତାରିଖରୁ ଆରମ୍ଭ ହୋଇ ଜୁନ୍ ୭ ତାରିଖରେ ଯାତ୍ରା ସମାପନ କରିବାକୁ ପରିଚାଳନା କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି ।