ଭୁବନେଶ୍ୱର – ରାଜ୍ୟରେ ବିଜୁଳି ଦର ନିର୍ଧାରଣ ନେଇ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ରେ ସୋମବାର ଦିନ ଶୁଣାଣୀ ଆରମ୍ଭ ହୋଇଛି । ପ୍ରଥମ ଦିନ ଏହାର ଶୈଳଶ୍ରୀ ବିହାର ସ୍ଥିତ ଅଫିସରରେ ଓଡିଶା ହାଇଡ୍ରୋ ପାବାର କର୍ପୋରେସନ ଲିମିଟେଡ (ଓଏଚପିସି) ତାର ପକ୍ଷ ରଖିଛି ।
ଓଇଆରସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଶୁଣାଣୀ କାର୍ଯ୍ୟକ୍ରମ ୧୪ ତାରିଖ ଯାଏ ଚାଲିବ । ଆଗାମୀ ୪ ତାରିଖରେ ଓପିଜିସି, ୫ ତାରିଖରେ ଗ୍ରିଡକୋ, ୬ ତାରିଖରେ ଓପିଟିସିଏଲ, ଓ ଏସଏଲଡିସି, ୭ ତାରିଖରେ ନେସ୍କୋ, ଆଗାମୀ ୧୦ ତାରିଖ ଦିନ ସେସୁର ଆବେଦନ ଉପରେ ଶୁଣାଣୀ ହେବ । ସେହିପରି ୧୨ ତାରିଖରେ ବେସ୍କୋ ଓ ୧୪ ତାରିଖରେ ସାଉଥକୋର ଆବେଦନ ଉପରେ ଶୁଣାଣୀ ହେବ ।
ଉଲ୍ଲେଖନୀୟ ଯେ ବିଦ୍ୟୁତ ଦର ବଢାଇବା ପାଇଁ ବିଭିନ୍ନ ବିତରଣ କମ୍ପାନୀ ଆବେଦନ କରିଛନ୍ତି । ତେଣୁ ସେମାନଙ୍କ ଆବେଦନ ନେଇ ଏହି ଶୁଣାଣୀ ଆରମ୍ଭ ହୋଇଛି ।