
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ବ୍ଲକ ଅଧିନ ଢୋଲ ପଂଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଏକ ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା । ବିଧାୟକ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ବ୍ଲକ ଚେୟାରମ୍ୟାନ୍ ଅନାମବଂଧୁ ଧଳ, ସରପଂଚ ଝୁନା ମଲ୍ଲିକ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ପୂର୍ବତନ ସରପଂଚ କାର୍ତିକ ଚନ୍ଦ୍ର ପଣ୍ଡା, ସୀତା ସୁନ୍ଦରୀ ମଲ୍ଲିକ, ଜୟନ୍ତୀ ସେଠୀ, ମନୋରଂଜନ ଜେନା, ଅଭୟ କୁମାର ଦାସ, ଶିବ ପ୍ରକାଶ ଭଳ ପ୍ରମୁଖ ଉପସ୍ଥିତ ରହି ଏହି ବନ୍ଧୁ ମିଳନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକହିତକର କାର୍ଯ୍ୟ, ୫ଟି ମନ୍ତ୍ରର ଗୁରୁତ୍ୱ ଓ ଗ୍ରାମାଂଚଳର ବିକାଶରେ ବିଜେଡି ସରକାରର ଅଗ୍ରାଧିକାର ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହାସହ ସେହି ପଂଚାୟତ ଅଧିନ ୱାର୍ଡ ଗୁଡିକର ସମସ୍ୟା ନେଇ ୱାର୍ଡ ବାସିନ୍ଦାଙ୍କ ସହ ବିଧାୟକ ଶ୍ରୀ ବେହେରା ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିଲେ ।