
ୱାଶିଂଟନ -ଆମେରିକାର ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପଙ୍କ ୟୁକ୍ରେନ ପ୍ରତି ସ୍ୱର ପରିବର୍ତ୍ତନ ହେଉଛି।ସେ କହିଛନ୍ତି ଯେ ରୁଷ -ୟୁକ୍ରେନ ଯୁଦ୍ଧ ପାଇଁ ଜେଲେନ୍ସକୀ ଦାୟୀ ନୁହନ୍ତି।ସେ ଖୁବ ଶୀଘ୍ର ୟୁକ୍ରେନ ସହିତ ଏକ ମିନରଲ୍ସ ଡିଲ(ଖଣିଜ ଉତ୍ପାଦନ ସହ ଜଡିତ)ସ୍ୱାକ୍ଷର କରିବାକୁ ପ୍ରସ୍ତୁତ ହେଉଛନ୍ତି।ଏହି ସମୟରେ ଇଟାଲୀର ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମୋଲୋନୀ ଆମେରିକା ଗ୍ରସ୍ତରେ ଅଛନ୍ତି।ମେଲୋନୀଙ୍କ ସହିତ ଆଲୋଚନା ପରେ ଡ୍ରୋନାଲ୍ଡ ଟ୍ରମ୍ପ ଶନିବାର ଦିନ ହୱାଇଟ ହାଉସରେ ସମ୍ବାଦିକମାନଙ୍କୁ କହୁଥିଲେ ଯେ ସେ ଜେଲେନ୍ସକୀଙ୍କୁ ଯୁଦ୍ଧ ପାଇଁ ଦାୟୀ କରନ୍ତି ନାହିଁ।କିନ୍ତୁ ମୁଁ ଏହି କଥାରେ ମଧ୍ୟ ଖୁସି ନୁହେଁ ଯେ ସେହି ଅଞ୍ଚଳରେ ଯୁଦ୍ଧ ଚାଲିଛି।ଏହା ସହିତ ସେ ଶୀଘ୍ର ୟୁକ୍ରେନ ସହିତ ଖଣିଜ ଚୁକ୍ତି ସ୍ୱାକ୍ଷର କରିବା ବିଷୟର ମଧ୍ୟ କଥା ହୋଇଥିଲେ।ଟ୍ରମ୍ପ ଏହି ବକ୍ତବ୍ୟ ଇଟାଲୀର ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଦେଇଛନ୍ତି ,ଏଥିପାଇଁ ମଧ୍ୟ ଏହାକୁ ବହୁ ଗୁରୁତ୍ୱପୁର୍ଣ୍ଣ ବୋଲି ବିବେଚନା କରାଯାଉଛି।