ଭୁବନେଶ୍ୱର- ଭୁବନେଶ୍ୱର ସହରରେ ଥିବା କଲ୍ୟାଣମଣ୍ଡପ ଗୁଡିକ ଗାଇଡଲାଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ଜାଂଚ ଓ ସିଲ କରା ଯିବା ଅଭିଯାନ ସୋମବାର ଠାରୁ ଆରମ୍ଭ ହୋଇଛି ।ଏହି କ୍ରମରେ ସୋମବାର ଦିନ ପ୍ଲାନ ଅନୁମୋଦନ, ଟ୍ରେଡ ଲାଇସେନ୍ସ ଓ ହୋଲ୍ଡିଂ ଟ୍ୟାକ୍ସ ନ ଥିବା ଅଭିଯୋଗରେ ଶହୀଦନଗର ସ୍ଥିତ ପାଲାଡିୟମ କୋର୍ଟ ୟାର୍ଡ କଲ୍ୟାଣମଣ୍ଡପକୁ ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବେ ସିଲ କରା ଯାଇଛି । ଆଜି ଏଥି ନେଇ ଉଭୟ ସଂସ୍ଥା ପକ୍ଷରୁ ଚଢାଉ କରା ଯାଇଥିଲା । ଏଥି ପୂର୍ବରୁ ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଦିଆ ଯାଇଥିଲେ ହେଁ ତାର ଉତର ମିଳି ନ ଥିଲା ।
Related Stories
November 24, 2024
November 24, 2024