କୋଲକାତା– ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ବିଗତ ଦିନରେ ଘଟିଯାଇଥିବା ସାମ୍ପ୍ରଦାୟିକ ହିଂସାରେ ପ୍ରାଣ ହରାଇଥିବା ହରଗୋବିନ୍ଦ ଦାସ ଓ ତାଙ୍କ ପୁଅ ଚନ୍ଦନ ଦାସଙ୍କ ପରିଜନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଘୋଷିତ କ୍ଷତିପୂରଣ ନେବାକୁ ସିଧାସଳଖ ମନା କରିଛନ୍ତି । ପୀଡ଼ିତ ପରିବାର ଲୋକେ କହିଛନ୍ତି ଯେ, ଏବେ କ୍ଷତିପୂରଣର କୌଣସି ଅର୍ଥ ନାହିଁ, କାରଣ ଯେଉଁ ଦୁଇ ଅମୂଲ୍ୟ ଜୀବନକୁ ସେମାନେ ହରାଇଛନ୍ତି, ସେ ଦୁହେଁ କେବେ ଫେରି ଆସିବେ ନାହିଁ ।
ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଯଦି ପୋଲିସ ଠିକ୍ ସମୟରେ ଘଟଣାସ୍ଥଳରେ ପହଂଚିଥାନ୍ତା, ତେବେ ସେମାନେ ବଂଚି ଯାଇଥାନ୍ତେ । ହେଲେ ଯେତେବେଳେ ସେମାନେ ରହିଲେ ନାହିଁ, ତେବେ ଏ କ୍ଷତିପୂରଣର ଆମ ପାଇଁ କୌଣସି ମୂଲ୍ୟ ନାହିଁ । ଏପରିକି ହିଂସା ପରେ ଏବେବି ଅଂଚଳରେ ଭୟର ବାତାବରଣ ରହିଛି । ଅପ୍ରେଲ ୧୫ ତାରିଖରେ ପିତା ପୁତ୍ରଙ୍କ ଶ୍ରାଦ୍ଧରେ ଜରୁରୀ କର୍ମକାଣ୍ଡ କରିବା ନିମନ୍ତେ ପୁଜାରୀ ମଧ୍ୟ ପହଂଚି ନଥିଲେ ।
ଇତିମଧ୍ୟରେ ରାଷ୍ଟ୍ରିୟ ମହିଳା ଆୟୋଗ ଏହି ମାମଲାର ସ୍ୱତଃ ସୂଚନା ନେଇଛନ୍ତି । ଆୟୋଗଙ୍କ ଏକ ଟିମ୍ ଶୁକ୍ରବାର କିମ୍ବା ଶନିବାର କୋଲକାତାରେ ପହଂଚିବେ ଏବଂ ସେହି ପରିବାରର ମହିଳା ସଦସ୍ୟମାନଙ୍କ ସହିତ ଆଲୋଚନା କରିବେ । ଯେଉଁମାନେକି ଏହି ହିଂସା ଯୋଗୁଁ ବିସ୍ଥାପିତ ହୋଇଛନ୍ତି । ମୁର୍ଶିଦାବାଦ ଜିଲ୍ଲାର ଜିଲ୍ଲାପାଳ ଓ ପୋଲିସ ଅଧିକ୍ଷକଙ୍କୁ ମଧ୍ୟ ଭେଟି ହିଂସା ବାବଦରେ ତଥ୍ୟ ସଂଗ୍ରହ କରିବ ଟିମ୍ ।
Related Stories
April 18, 2025