
ନୁଆଦିଲ୍ଲୀ -କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବ୍ରିକ୍ସ ଦେଶଗୁଡିକର କୃଷି ମନ୍ତ୍ରୀଙ୍କ 15ତମ ବୈଠକରେ ଯୋଗ ଦେବା ପାଇଁ ବ୍ରାଜିଲ ଗ୍ରସ୍ତରେ ଅଛନ୍ତି।ଏହି ସମୟରେ ସେ ବ୍ରାଜିଲରେ ସୋୟାବିନ କ୍ରଶିଙ୍ଗ ପ୍ଲାଣ୍ଟ ଏବଂ ଟମାଟୋ ଫାର୍ମ ଏବଂ କିଛି ଅନ୍ୟ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ।ଶିବରାଜ ସିଂହ ଚୌହାନ ସେଠାରେ ଚାଷରେ ଗ୍ରହଣ କରାଯାଉଥିବା ଆଧୁନିକ ଯାନ୍ତ୍ରିକୀକରଣ ଏବଂ ଜଳସେଚନ ପଦ୍ଧତିଗୁଡିକୁ ଦେଖିବା ସହିତ କୃଷକଙ୍କ ଦୃଷ୍ଟିକୋଣରୁ ଏହାକୁ ବୁଝିଥିଲେ ଯାହା ଦ୍ୱାରା ଭାରତୀୟ କୃଷକମାନଙ୍କୁ ନୁତନ ପଦ୍ଧତିର ଲାଭ ପହଁଞ୍ଚାଯାଇପାରିବ।
ବ୍ରାଜିଲର ସୋୟାବିନ କ୍ରସିଂ ପ୍ଲାଣ୍ଟକୁ ପର୍ଯ୍ୟବେକ୍ଷଣ କରିବା ସମୟରେ ଶିବରାଜ ସିଂହ ଚୌହାନ ଭାରତରେ ସୋୟାବିନ କ୍ଷେତ୍ରର ବିକାଶ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ଦେଶରେ ସୋୟାବିନର ଉତ୍ପାଦନ ବୃଦ୍ଧି ଏବଂ ଏହାର ପ୍ରକ୍ରିୟା କରଣ କ୍ଷେତ୍ରରେ ଆମେ ବ୍ରାଜିଲ ସହିତ ମିଳିତ ଭାବେ କାମ କରିପାରିବା।ବର୍ତ୍ତମାନ ବ୍ରାଜିଲରୁ ଭାରତ ସୋୟା ତେଲ ଆମଦାନୀ କରୁଛି କିନ୍ତୁ ଆଲୋଚନା ସମୟରେ ଏହା ଉଠିଲା ଯେ ସେମାନେ ନିବେଶ କରି ସୋୟା ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପନ କରିବା ଉଚିତ ଏବଂ ସୋୟା ତେଲ ଭାରତରୁ ମଧ୍ୟ ରପ୍ତାନୀ କରାଯାଇପାରିବ।